ETV Bharat / state

15 ଦଫା ଦାବି ନେଇ ଗାଁ ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀ ପକ୍ଷରୁ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାରେ ଗାଁ ସାଥୀମାନଙ୍କୁ ଅବହେଳା ଅଭିଯୋଗରେ ଏହି ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 11, 2021, 5:04 PM IST

Updated : Feb 11, 2021, 5:14 PM IST

15 ଦଫା ଦାବି ନେଇ ଗାଁ ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ
15 ଦଫା ଦାବି ନେଇ ଗାଁ ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ୧୫ ଦଫା ଦାବି ନେଇ ଗାଁ ସାଥୀ ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି ।

ଜିଲ୍ଲାରେ ୬୦୦୦ ରୁ ଅଧିକ ଗାଁ ସାଥି ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥୀଙ୍କୁ ମିଳୁନଥିବା ଅଭିଯୋଗ ଆସିଛି । ଶତାଧିକ ଗାଁ ସାଥି କର୍ମୀମାନେ ଆଜି(ଗୁରୁବାର) ୧୫ ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ସଙ୍ଘର ଅଭିଯୋଗ ଅନୁସାରେ ସାରା ରାଜ୍ୟରେ ୨୦୦୮ ମସିହାରେ ନିଯୁକ୍ତ ମନରେଗାରେ କାର୍ଯ୍ୟରତ ଗାଁ ସାଥୀଙ୍କ ଭଳି ଜିଲ୍ଲାର କାର୍ଯ୍ୟରତ ଗାଁ ସାଥୀଙ୍କୁ ସେହିଭଳି ସମାନ ନ୍ୟାୟ ମିଳୁନାହିଁ । ତେବେ ଗାଁ ସାଥିଙ୍କ ଦାବି ତୁରନ୍ତ ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 11, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.