ETV Bharat / state

ଜଳ ସମ୍ପଦ ବିଭାଗରୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ, ଏମିତି ଥିଲା ବିଶ୍ବେଶ୍ବରଙ୍କ ଯାତ୍ରା - ଜଳ ଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଡ୍ରିମ୍ ଟିମରେ ଓଡିଆ ପୁଅ । କେନ୍ଦ୍ରମନ୍ତ୍ରୀ ହୋଇ ମୟୂରଭଞ୍ଜବାସୀଙ୍କ ଡ୍ରିମ ହେଲା ପୂରଣ । ଖୁଣ୍ଟାପାଳ ଗାଁର ଟାଇଲି ଛପର ଘରୁ ଦିନେ ଦେଶବାସୀଙ୍କ ସେବା ପାଇଁ ସାଂସଦ ବିଶ୍ବେଶ୍ବର ଟୁଡୁ ଦେଖିଥିବା ସ୍ବପ୍ନ ଆଜି ସାକାର ହୋଇଛି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଜଣେ ସାଧାରଣ କର୍ମଚାରୀରୁ ସିଧା ମିଳିଛି ଭାରତ ସରକାରଙ୍କ ଜଳ ଶକ୍ତି ବିଭାଗ ଦାୟିତ୍ବ । ଅଧିକ ପଢନ୍ତୁ...

ଜଳ ସମ୍ପଦ ବିଭାଗରୁ ଜଳ ଶକ୍ତି ମନ୍ତ୍ରାଳୟ, ଏମିତି ଥିଲା ବିଶ୍ବେଶ୍ବଙ୍କ ଯାତ୍ରା

author img

By

Published : Jul 14, 2021, 9:12 PM IST

Updated : Jul 15, 2021, 9:43 AM IST

ବାରିପଦା: ପଲ୍ଲୀରୁ ଦିଲ୍ଲୀ ଯାତ୍ରା ସାକାର । କାଲି ଯାହା ସ୍ବପ୍ନ ଥିଲା, ଆଜି ତାହା ନେଇଛି ବାସ୍ତବତାର ରୂପ । ମୟୂରଭଞ୍ଜ ମୋରଡା ବ୍ଲକରୁ ସିଧା କେନ୍ଦ୍ରମନ୍ତ୍ରୀ ମାନ୍ୟତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଡ୍ରିମ୍ ଟିମରେ ସାମିଲ ହେବାପରେ ଏକ ପ୍ରକାର ମୟୂରଭଞ୍ଜବାସୀଙ୍କ ଡ୍ରିମ ହୋଇଛି ପୂରଣ । କାରଣ ଖୁଣ୍ଟାପାଳ ଗାଁର ଟାଇଲି ଛପର ଘରୁ ଦିନେ ଦେଶବାସୀଙ୍କ ସେବା ପାଇଁ ସାଂସଦ ବିଶ୍ବେଶ୍ବର ଟୁଡୁ ଦେଖିଥିବା ସ୍ବପ୍ନ ଆଜି ସାକାର ହୋଇଛି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଜଣେ ସାଧାରଣ କର୍ମଚାରୀରୁ ସିଧା ମିଳିଛି ଭାରତ ସରକାରଙ୍କ ଜଳ ଶକ୍ତି ବିଭାଗ ଦାୟିତ୍ବ । ଏହା ସହ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ଆଦିବାସୀ ପୁଅ ବିଶ୍ବେଶ୍ବର ଟୁଡୁ ।

ଜଳ ସମ୍ପଦ ବିଭାଗରୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ, ଏମିତି ଥିଲା ବିଶ୍ବେଶ୍ବରଙ୍କ ଯାତ୍ରା

1965 ମସିହା ମାର୍ଚ୍ଚ 28 ତାରିଖରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ସାନମୁଣ୍ଡାବାଣି ଗ୍ରାମପଞ୍ଚାୟତ ଖୁଣ୍ଟାପାଳ ଗାଁରେ ଜନ୍ମ ନିଅନ୍ତି ବିଶ୍ବେଶ୍ବର ଟୁଡୁ । ଖୁଣ୍ଟାପାଳ ପ୍ରାଥମିକ ବିଦ୍ୟାଳୟରୁ ପାଠପଢା ଆରମ୍ଭ କରି ପାରିଆକୂଲିରେ ହାଇସ୍କୁଲ୍ ଶିକ୍ଷା ଶେଷ କରନ୍ତି ଟୁଡୁ । ଏହାପରେ ରାଉରକେଲାରେ ଇଲେକ୍ଟ୍ରୋନିକ୍ସ ବିଭାଗରେ ଇଞ୍ଜିନିୟରିଂ ପାଠପଢା ଆଉ ତା ପରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ ନିଯୁକ୍ତି । ମାତ୍ର ତାଙ୍କର ପେଶା ଠୁ ଜନସେବାରେ ଥିଲା ଅଧିକ ନିଶା ।

ବାପା ଜଣେ ସେନା କର୍ମଚାରୀ ହୋଇଥିବାରୁ ସେବା ପ୍ରତି ମନ ବଳାଇଥିଲେ ସାଂସଦ । ବିଶ୍ବ ହିନ୍ଦୁ ପରିଷଦ, ସରସ୍ବତୀ ବିଦ୍ୟାମନ୍ଦିର ଏବଂ ବନବାସୀ ବିଦ୍ୟାଳୟ ପ୍ରଭୁତି ସଂସ୍ଥାରେ କାମ କରି ଅଧିକ ସମୟ ସେ ଜନସେବାରେ ନିଜକୁ ନିୟୋଜିତ ରଖନ୍ତି । ଫଳରେ ସେ ଚାକିରି ଛାଡି ରାଜନୀତିରେ ନିଜକୁ ନିୟୋଜିତ ରଖିଲେ । ଏପରିକି ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନରେ ପରାସ୍ତ ହୋଇ ବି ପଛକୁ ଚାହିଁନଥିଲେ ବିଶେଶ୍ବର ।

ପ୍ରଥମ କରି 2019 ସାଧାରଣ ନିର୍ବାଚନରେ ଲଢି ମୟୂରଭଞ୍ଜ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ଟୁଡୁ । ନା ଅଛି ମାର୍ବଲ ସେଟିଂ ଘର ନା ଘରକୁ ପିଚୁ ସଡକ । ସାଂସଦ ଥାଇ ମଧ୍ୟ ସାଧାରଣ ଜୀବନ ଯାପନ କରନ୍ତି, କାରଣ ମନରେ ଗୋଟିଏ ଲକ୍ଷ୍ୟ ଜନସେବା । ଏପରି ଜଣେ ଉଦ୍ୟୋଗୀ ସ୍ବଚ୍ଛ ଭାବମୂର୍ତ୍ତିଙ୍କୁ ଦେଶର କେନ୍ଦ୍ରମନ୍ତ୍ରୀ ଭାବେ ପାଇ ରାଜ୍ୟବାସୀଙ୍କ ସହ ମୟୂରଭଞ୍ଜବାସୀ ଗର୍ବିତ । ଆଗକୁ ଜିଲ୍ଲା, ରାଜ୍ୟ ଦେଶର ବିକାଶର ଗାଡି ଆଗକୁ ମାଡିଚାଲିବ ବୋଲି ଆଶା ରଖିଛନ୍ତି ସଭିଏଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jul 15, 2021, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.