ETV Bharat / state

ବନ୍ଧୁ ସାଜିଲା ବଇରି: ମୟୁରଭଞ୍ଜରେ ହତ୍ୟା କରି ରାଜଧାନୀରୁ ଗିରଫ ହତ୍ୟାକାରୀ

ମୟୂରଭଞ୍ଜ ମହୁଲଡିହି ଗ୍ରାମରୁ ନିଖୋଜ ହୋଇ ଯାଇଥିବା ସରଣେଶ୍ବର ନାମକ ଯୁବକର ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ଘଟଣାରେ  ସାଙ୍ଗ ହତ୍ୟାକାରୀ ବୋଲି ଜାଣିବା ସହିତ ଅଭିଯୁକ୍ତକୁ ଭୁବନେଶ୍ବରରୁ ଗିରଫ କରି ଖୁଣ୍ଟା ପୋଲିସ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 5, 2019, 9:08 PM IST

ମୟୂରଭଞ୍ଜ: ଗତ ମେ' ମାସ ୧୭ ତାରିଖ ଦିନ ଖୁଣ୍ଟା ଥାନା ମହୁଲଡିହି ଗ୍ରାମ ପୋଖରୀରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ଉକ୍ତ ଘଟଣାରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏବେ ଏହି ଅପମୃତ୍ୟୁ ହତ୍ୟାକାଣ୍ଡରେ ରୂପାନ୍ତରିତ ହୋଇଛି । ପୋଲିସ୍ ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଛି । ସାଙ୍ଗ ହତ୍ୟାକାରୀ ବୋଲି ଜାଣିବା ସହିତ ଅଭିଯୁକ୍ତକୁ ଭୁବନେଶ୍ବରରୁ ଗିରଫ କରି ଖୁଣ୍ଟା ପୋଲିସ୍ । ଗିରଫ ଅଭିଯୁକ୍ତ ଜଣକ ମହୁଲଡିହି ଗ୍ରାମର ବିଶ୍ବନାଥ ମୁର୍ମୁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁସାରେ ମହୁଲଡିହି ଗ୍ରାମରୁ ସରଣେଶ୍ବର ନାମକ ଯୁବକ ଜଣକ ନିଜ ଗ୍ରାମରୁ ମେ ୧୫ ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଥିବା ଖବର ଆସିଥିଲା । କିଛି ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ସୂଚନା ମୁତାବକ ମେ' ମାସ ୧୫ ତାରିଖ ଦିନ ସରଣେଶ୍ବର ଘରୁ ଆସିଥିବା ବେଳେ ନିଜ ସାଙ୍ଗ ବିଶ୍ବନାଥଙ୍କ ସହିତ ଦେଖା ହେଇଥିଲା । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ନିଶାସକ୍ତ ଅବସ୍ଥାରେ ବିଶ୍ବନାଥ ସରଣେଶ୍ବରଙ୍କୁ ମାଡ ମାରିଥିଲେ । ଏହାପରେ ନିଜ ସାଇକେଲକୁ ସରଣେଶ୍ବରଙ୍କ ଉପରେ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସରେଣେଶ୍ବରଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ମୃତଦେହକୁ ପୋଖରୀରେ ଫୋପାଡି ସେଠାରୁ ଫେରାର ହୋଇଯାଇଥିଲା ବିଶ୍ବନାଥ । ପୋଲିସ ତଦନ୍ତ ପରେ ଅଭିଯୁକ୍ତ ବିଶ୍ବନାଥକୁ ଭୁବନେଶ୍ବରରୁ ଗିରଫ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.