ବାରିପଦା: ମୟୂରଭଞ୍ଜର ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠା ଦିବସକୁ ଅବିସ୍ମରଣୀୟ କରିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଭଞ୍ଜସେନାର ନେତୃବୃନ୍ଦ ଓ କର୍ମୀ ମାନେ ଯୋଗ ଦେଇଥିଲେ।
ଦୀର୍ଘ ୨୨ବର୍ଷ ହେବ ଜିଲ୍ଲାର ସ୍ବାର୍ଥ ପାଇଁ କାମ କରୁଥିବା ଭଞ୍ଜସେନା ପକ୍ଷରୁ ରୋଗୀଙ୍କ ପାଇଁ ରକ୍ତଭଣ୍ଡାର ଖୋଲାଯାଇଛି । ଆଗାମୀ 6 ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ରକ୍ତଦାତାମାନଙ୍କୁ ନେଇ 5ହଜାର ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ନେଇ ଭଞ୍ଜସେନା କାର୍ଯ୍ୟ କରିବ ବୋଲି କହିଛନ୍ତି ସଭାପତି ପିଣ୍ଟୁ ମାଇତି ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଦ୍ବିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ୫୦୦୦ ହଜାରରୁ ଊର୍ଦ୍ଧ୍ବ ଯୁବକ ଓ ଛାତ୍ରଙ୍କୁ ନେଇ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ