ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ଅସ୍ଥାୟୀ ବନ କର୍ମଚାରୀ ବିଷପିଇ ଗୁରୁତର - ଅସ୍ଥାୟୀ ବନ କର୍ମଚାରୀ

ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁକୁ ନେଇ ତଦନ୍ତ ବେଳେ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଗାଳି କରିବା ଅଭିଯୋଗ । ପରେ ଅସ୍ଥାୟୀ ବନ କର୍ମଚାରୀ ଜଣକ ବିଷ ପିଇ ଗୁରୁତର, ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ

ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ଅସ୍ଥାୟୀ ବନ କର୍ମଚାରୀ ବିଷପିଇ ଗୁରୁତର

author img

By

Published : Dec 12, 2022, 10:26 PM IST

ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ଅସ୍ଥାୟୀ ବନ କର୍ମଚାରୀ ବିଷପିଇ ଗୁରୁତର

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟ ମାମଲା । ଏନେଇ ତଦନ୍ତ ବେଳେ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଗାଳି କରିବାରୁ ଅସ୍ଥାୟୀ ବନ କର୍ମଚାରୀ ଜଣକ ବିଷ ପିଇ ଗୁରୁତର । ତେବେ ବନବିଭାଗ ତାଗିଦ କରିଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଗତ ୭ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜର ବକୁଆ ଅଞ୍ଚଳରେ ଏକ ଦନ୍ତାହାତୀକୁ ଶିକାର କରି ଶିକାରୀ ମାନେ ଦାନ୍ତ କାଟି ନେଇଥିଲେ । ଏହି ଘଟଣା ବନ ବିଭାଗ ଜାଣିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀକୁ ପୋଡ଼ି ଦେବା ସହିତ ହାଡ ଏବଂ ପାଉଁଶକୁ ନିକଟ ଏକ ନାଳରେ ଭସାଇ ଦେଇଥିଲେ । ଏନେଇ ଘଟଣା ବକୁଆ ଗ୍ରାମବାସୀ ଜାଣିବା ପରେ ବନ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଜଣାଇଥିଲା । ଘଟଣାସ୍ଥଳରେ ତଦନ୍ତ କରିଥିଲା ବନବିଭାଗର ଏକ ୫୦ ଜଣିଆ ଟିମ । ଟିମ ତଦନ୍ତ ବେଳେ ହାତୀ ପୋଡ଼ା ଯାଇଥିବା ସ୍ଥାନ ଚିହ୍ନଟ କରିବା ଏବଂ କିଛି ହାଡ଼ ଜବତ କରିବା ପରେ ଏହି ଘଟଣାରେ ସଂପୃକ୍ତ ଥିବା ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ।

ଅନ୍ୟପଟେ ଏହି ଘଟଣାକୁ ବନ ବିଭାଗ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ବନ କର୍ମଚାରୀ ବକୁଆ ଗ୍ରାମର ଜୈନେକ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୁର୍ତ୍ତିଙ୍କୁ ଗାଳି କରିବା ସହିତ ଫୋଟ ଭିଡ଼ିଓ କରିଥିଲେ । ଏନେଇ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରି ଏବେ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଜଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ବି ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରିଥିଲେ ଡାକ୍ତର । ତେବେ ବର୍ତ୍ତମାନ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଅସ୍ଥାୟୀ ବନ କର୍ମଚାରୀ । ତେବେ ଏହି ଘଟଣାରେ RCCF ଅଶୋକ କୁମାର କହିଛନ୍ତି ଯେ, ଘଟଣା ତଦନ୍ତ କରାଯିବ ଏବଂ ଭୟରେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବେ ବୋଲି କହିଛନ୍ତି । ତେବେ କାହିଁକି ସେ ଭୟ କଲେ ତାହା ତଦନ୍ତ ହେବା ନିତାନ୍ତ ଜରୁରୀ ହୋଇ ପଡ଼ିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.