ETV Bharat / state

ସାବାଡ ହେଲେ ଦୁଧିଆଣି ରେଞ୍ଜର ଲେଡି ଦବଙ୍ଗ ଫରେଷ୍ଟଗାର୍ଡ - forest guard suspended in rairang rairangpur

କାଠ ଚୋରି ଅଭିଯୋଗରେ ମାଡ଼ ମାରିବା ଘଟଣା ମହଙ୍ଗା ପଡିଲା ଲେଡି ଫରେଷ୍ଟଗାର୍ଡଙ୍କୁ । ତାଙ୍କୁ ନିଲମ୍ବନ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ । ଅଧିକ ପଢନ୍ତୁ....

forest guard suspended in rairang rairangpur
ସାବାଡ ହେଲେ ଦୁଧିଆଣି ରେଞ୍ଜର ଫରେଷ୍ଟଗାର୍ଡ କବିତା ବେହେରା
author img

By

Published : Feb 21, 2020, 9:20 PM IST

ରାଇରଙ୍ଗପୁର: କାଠ ଚୋରି ଅଭିଯୋଗରେ ମାଡ଼ ମାରିବା ଘଟଣା ମହଙ୍ଗା ପଡିଲା ଲେଡି ଫରେଷ୍ଟ ଗାର୍ଡଙ୍କୁ । ତାଙ୍କୁ ନିଲମ୍ବନ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନ ଦୁଧିଆଣି ରେଞ୍ଜର ଦବଙ୍ଗ ଲେଡି ଫରେଷ୍ଟଗାର୍ଡ କବିତା ବେହେରା ଚୋରି ଅଭିଯୋଗରେ ୬୫ ବର୍ଷିଆ ବୃଦ୍ଧା ଓ ତାଙ୍କ ପ୍ରସୂତି ନାତୁଣୀ ସମେତ ତିନି ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପ୍ରସୂତିଙ୍କ ହାତ ଭାଙ୍ଗିବା ଘଟଣାରେ ନ୍ୟାୟ ଦାବି କରି ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିବା ପରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କ ବିରୋଧରେ ବିଭିନ୍ନ ସମୟରେ କାର୍ଯ୍ୟରେ ନାନା ପ୍ରକାର ଅବହେଳା ସହିତ ସାଧାରଣ ଲୋକଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରିବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଥିଲା ।

ସାବାଡ ହେଲେ ଦୁଧିଆଣି ରେଞ୍ଜର ଫରେଷ୍ଟଗାର୍ଡ କବିତା ବେହେରା

ତେବେ ଜନୈକ ବୃଦ୍ଧା ଏବଂ ତାଙ୍କ ପ୍ରସୂତି ନାତୁଣୀଙ୍କୁ ମାଡ଼ ଘଟଣା ପରେ ସ୍ଥାନୀୟ ଲୋକେ ରେଞ୍ଜ ଅଫିସରେ ହୋହାଲ୍ଲା କରି ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ରେଞ୍ଜ ଅଫିସ ମଧ୍ୟ ଘେରାଉ କରିଥିଲେ । ଗ୍ରାମବାସୀ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରିବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କରଞ୍ଜିଆ ବନଖଣ୍ଡ ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିଲମ୍ବନ କରାଯାଇଥିବା ନେଇ ଲୋକଙ୍କୁ ଜଣାଇବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.