ETV Bharat / state

ଛେଳି ଗିଳି ନୟାନ୍ତ ଅଜଗର, ଉଦ୍ଧାର କଲା ବନବିଭାଗ - ଅଜଗର ଉଦ୍ଧାର

ମୟୂରଭଞ୍ଜର କପ୍ତିପଦା ବନଖଣ୍ଡରେ ଛେଳିକୁ ଗିଳିଥିବା ଅଜଗରକୁ ବନ ବିଭାଗ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ଛେଳିକୁ ଗିଳିଥିବା ଅଜଗରକୁ ଉଦ୍ଧାର କଲା ବନବିଭାଗ

author img

By

Published : Aug 20, 2021, 8:15 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନଖଣ୍ଡ ନେଦାମ ସାଗର ସାହିରୁ ଛେଳିକୁ ଗିଳିଥିବା ଅଜଗରକୁ ଉଦ୍ଧାର କରିଛି ବନବିଭାଗ । ଖାଦ୍ୟ ଅନ୍ବେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ଗାଁ ମୁହାଁ ହୋଇଥିଲା ଅଜଗର ।

ଛେଳିକୁ ଗିଳିଥିବା ଅଜଗରକୁ ଉଦ୍ଧାର କଲା ବନବିଭାଗ

ଗାଁ ମୁହାଁ ହୋଇ ଛେଳିକୁ ଗିଳି ଦେଇଥିଲା ଏହି ଅଜଗର । ନେଦାମ ଗାଁ ସାଗର ସାହିର ସାଗର ଗାଙ୍ଗରାମଙ୍କ ବାଡି଼ରେ ଅଜଗରଟି ପଶି ପୋଷା ଛେଳିକୁ ଗିଳୁଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଜଗର ଠାରୁ ମୃତ ଛେଳିକୁ ଉଦ୍ଧାର କରିବା ସହ ଅଜଗରକୁ ସୁରକ୍ଷିତ ଭାବେ ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦେଇଥିବା ଜଣାପଡିଛି । ତେବେ ଏହି ଉଦ୍ଧାର ସମୟରେ ଅନେକ ଲୋକ ସାପକୁ ଦେଖିବାକୁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.