ETV Bharat / state

ଶିମିଳିପାଳରୁ ହାତୀର ମୃତଦେହ ଉଦ୍ଧାର, ବନବିଭାଗର ତଦନ୍ତ ଜାରି - ଶିମିଳିପାଳରୁ ହାତୀର ମୃତଦେହ ଉଦ୍ଧାର

Elephant Dies in Similipal Sanctuary: ଶିମିଳିପାଳ ଅଭୟାରଣ୍ୟରୁ ହାତୀର ମୃତଦେହ ଉଦ୍ଧାର । ମୃତ ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ଅନୁମାନ କରାଯାଇଛି । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଛି ସେନେଇ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଅଧିକ ପଢ଼ନ୍ତୁ

ଶିମିଳିପାଳ ଅଭୟାରଣ୍ୟରୁ ହାତୀର ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Dec 17, 2023, 7:59 PM IST

ରାଇରଙ୍ଗପୁର: ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଏକ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସାଉଥ୍ ଡିଭିଜନ ଅନ୍ତର୍ଗତ କବାଟଘାଇ-୧ ବିଟ ଅଧିନରେ ଥିବା ଜଡିଦାର ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଡିଦାର ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ କବାଟଘାଇ-୧ ବିଟର ବନ କର୍ମଚାରୀ । ଏ ସମ୍ପର୍କରେ ବନବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ତେବେ ମୃତ ହାତୀଟି ଏକ ମାଈ ହାତୀ ବୋଲି ଚିହ୍ନଟ ହୋଇଛି । ମୃତ ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତେବେ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଛି ସେନେଇ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ବନବିଭାଗର ତଦନ୍ତ ସହିତ ମୃତ ହାତୀର ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସକଙ୍କୁ ଡକା ଯାଇଥିଲା । ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ମୃତ ହାତୀର ବ୍ୟବଚ୍ଛେଦ ପରେ କିଛି ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ଲେବରେଟୋରୀକୁ ପଠା ଯାଇଛି । ତେବେ ମୃତ ହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ଠାରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ........Elephant Dies in Athagarh: ସଙ୍କଟରେ ଗଜରାଜ, ଆଠଗଡ଼ ବନଖଣ୍ଡରେ ଆଉ ଏକ ଦନ୍ତାର ମୃତ୍ୟୁ

ସେପଟେ ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଉପରେ ରୋକ ଲାଗୁ ନଥିବା ବେଳେ ଗତ ମାସରେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ୨୦ ରୁ ୨୨ ବର୍ଷର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସାଉଥ ଡିଭିଜନର ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ କୋର ଏରିଆରୁ ହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା ବନବିଭାଗ । ତେବେ ହାତୀର ଦାନ୍ତ କେହି ଦୁର୍ବୃତ୍ତ କାଟି ନେଇ ଯାଇଥିଲେ । ଜଙ୍ଗଲ ମାଫିଆମାନେ ହାତୀ ଦାନ୍ତ ନେବା ଉଦ୍ଦେଶ୍ୟରେ ଦନ୍ତା ହାତୀକୁ ମାରି ଦେଇ ଦୁଇଟି ଦାନ୍ତ କାଟି ନେଇ ଖସି ପଳାଇ ଯାଇଥିବା ବନବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ତେବେ ଶିମିଳିପାଳ ଅଭୟାରଣ୍ୟରେ ବାରମ୍ବାର ଏହିପରି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ପରିବେଶବିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.