ETV Bharat / state

ଫୁଟବଲ ଖେଳିଲେ, ଛେଳି-ମେଣ୍ଢା ପୁରସ୍କାର ଜିତିଲେ - football tournament

ମା' ହାତୀଆଶୁଣି କ୍ଳବ ଆନୁକୂଲ୍ୟରେ ୪୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିଜେତା ଦଳକୁ ପୁରସ୍କାର ଭାବରେ ଛେଳି ଓ ମେଣ୍ଢା ପୁରସ୍କାର ପ୍ରଦାନ କରାଯାଇଛି ।

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଛେଳି ଓ ମେଣ୍ଢା ପୁରସ୍କାର
author img

By

Published : Oct 11, 2019, 10:14 PM IST

ରାଇରଙ୍ଗପୁର: ମା' ହାତୀଆଶୁଣି କ୍ଳବ ଆନୁକୂଲ୍ୟରେ ୪୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିଜେତା ଦଳକୁ ପୁରସ୍କାର ଭାବରେ ଛେଳି ଓ ମେଣ୍ଢା ପୁରସ୍କାର ପ୍ରଦାନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଡଦେଉଳି ଗ୍ରାମ ପଞ୍ଚାୟତ ହାତୀଦାଣ୍ଡି ଗ୍ରାମରେ ଗତ ୪ ଦିନ ଧରି ୪୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦାଦାତ ରାଇରଙ୍ଗପୁର

ତେବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ଟି ଦଳ ଖେଳରେ ଅଂଶ ଗ୍ରହଣ କରିଥିଲେ । ଏହି ଖେଳରେ ବିର୍ଶା ସ୍ପୋଟିଂ କ୍ଳବ ଚମ୍ପିଆନ ହୋଇଥିବା ବେଳେ ଏଭେଞ୍ଜର ଏକେ 47 (ଚାନ୍ଦୁସାହି) ଦଳ ରନର୍ସଅପ୍ ହୋଇଥିଲା । ତେବେ ବର୍ଷା ବାଧକ ସାଜିଥିଲେ ବି ୪ ଦିନ ଧରି ଖେଳ ସୁରୁଖୁରୁ ଭାବେ ଚାଲିଥିଲା । ଖେଳର ଉଦଯାପନି ଦିବସରେ ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳର ଉଦଯାପନ କରିଥିବା ବେଳେ ବିଜେତା ଦଳଙ୍କୁ ଖାସି ଏବଂ ମେଣ୍ଢା ପୁରସ୍କାର ପ୍ରଦାନ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମା ହାତୀଆଶୁଣି କ୍ଳବ ଆନୁକୂଲ୍ୟରେ ୪୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପୁରସ୍କାର ଭାବରେ ଛେଳି ଓ ମେଣ୍ଢା ପୁରସ୍କାର ପ୍ରଦାନ କରାଯାଇଥିଲା ।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଡଦେଉଳି ଗ୍ରାମ ପଞ୍ଚାୟତ ହାତୀଦାଣ୍ଡି ଗ୍ରାମରେ ଗତ ୪ଦିନ ଧରି ୪୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ସରପଞ୍ଚ ଜେମାମଣି ସରେନ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା ବେଳେ ୪ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ଟି ଦଳ ଖେଳରେ ଅଂଶ ଗ୍ରହଣ କରିଥିଲେ। ଏହି ଖେଳରେ ବିର୍ଶାସ୍ପୋଟିଂକ୍ଳବ ଚମ୍ପିୟାନ ହୋଇଥିବା ବେଳେ ଏଭେଞ୍ଜର ଏକେ ୪7 (ଚାନ୍ଦୁସାହି) ଦଳ ଦ୍ୱିତୀୟ ହୋଇଥିଲେ, ସେହିପରି ତୃତୀୟ ନେଦୋଟେନାଙ୍ଗ, ଏବଂ ଚଥୁର୍ଥ ଚଉଠିହା ଦଳ ହୋଇଥିଲେ ।ତେବେ ବର୍ଷା ବାଧକ ସାଜିଥିଲେବି ୪ଦିନ ଧରି ଖେଳ ସୁରଖୁର ଭାବେ ଚାଲିଥିଲା । ଖେଳର ଉଦଯାପନି ଦିବସରେ ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳର ଉଦଯାପନ କରିଥିବା ବେଳେ ବିଜେତା ଦଳ ଙ୍କୁ ଖାସି ଏବଂ ମେଣ୍ଡା ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଏହି ଉଦଯାପନି ଦିବସରେ ମୟୁରଭଂଜ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରମଦ ନାୟକ (ସିପୁ) ବିଧାୟିକା ଙ୍କ ସ୍ୱାମୀ ବିରସିଂ ହେମ୍ବ୍ରମ ପ୍ରଭୁତି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ । ତେବେ ଚାରିଦିନ ଧରି ୩୨ ଟି ଦଳ ଙ୍କୁ ରେଫରି ରୂପେ ବାପୁନ ମହାନ୍ତ ଏବଂ ଚୈତନ୍ୟ ପୂର୍ତ୍ତି ଖେଲାଇ ଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଅନନ୍ତ ଚାତାର। ତେବେ ଏହି ଖେଳକୁ ମା ହାତୀଆଶୁଣି କ୍ଳବ ଦୀର୍ଘ ୪୦ବର୍ଷ ହେବ ବିନା ସରକାରୀ ସାହାଯ୍ୟ ସହଯୋଗରେ କରି ଆସୁଥିବା ବେଳେ ସରକାରୀ ସାହାଯ୍ୟ ସହଯୋଗ ମିଳିଲେ ଆହୁରି ସୁନ୍ଦର ଭାବରେ ଖେଳ ପରିଚାଳନା ହୋଇ ପାରନ୍ତା ବୋଲି କ୍ଳବ ମେମ୍ବର ମାନେ ଦୁଃଖର ପ୍ରକାଶ କରିଛନ୍ତି ।ସେହିପରି ଏହି ଚାରି ଦିନ ଧରି ହଇଥିବା ଖେଳରେ କ୍ଳବର ସଭାପତି ଦେଵଶ୍ରୀ ମହାନ୍ତ, ସମ୍ପାଦକ ଦୀପକ କୁମାର ମହାନ୍ତ, କିଶୋର ମହାନ୍ତ, ନୈରୁତ୍ୱ ମହାନ୍ତ, ବିକାଶ ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ, ଅକ୍ଷୟ ମହାନ୍ତ, ପ୍ରଭୁତି ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.