ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା ଘର

author img

By

Published : Feb 28, 2021, 3:49 PM IST

Updated : Feb 28, 2021, 3:58 PM IST

ମୟୂରଭଞ୍ଜରେ ଜଳିଗଲା 2 ବଖରା ଘର । ନଗଦ ଟଙ୍କା ସହ ଧାନ, ଚାଉଳ ପୋଡି ନଷ୍ଟ । ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା ଘର
vଅଗ୍ନିକାଣ୍ଡରେ ଜଳିଗଲା 2 ବଖରା ଘର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କୁଚେଇଡିହି ଗ୍ରାମରେ ଅଗ୍ନିକାଣ୍ଡ ଘଟି 2 ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ କରିଛି ଆୟତ୍ତ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା ଘର

ସୂଚନା ଅନୁଯାୟୀ ଆଜି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅଧିନ ଜରକ ପଞ୍ଚାୟତର କୁଚେଇଡିହି ଗ୍ରାମର ମନ୍ତ୍ରୀ ସୋଏଙ୍କ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ଘରର ସମସ୍ତ ଆସବାବ ପତ୍ର ସହ ଦରକାରୀ କାଗଜପତ୍ର, ଧାନ, ଚାଉଳ, 20 ବସ୍ତା ଧାନ ଏବଂ ନଗଦ 40 ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଥିବା ବିପନ୍ନ ପରିବାର କହିଛନ୍ତି । ଖବର ପାଇ ଚମ୍ପାଝର ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଫେରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଚୁଲିରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Feb 28, 2021, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.