ETV Bharat / state

କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ଅକ୍ସିଜେନ ସିଲିଣ୍ଡର ଫାଟି 3 ଆହତ

କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 5, 2023, 9:48 AM IST

Fire breaks out at Kuliana Community Health Centre

ରାଇରଙ୍ଗପୁର: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ । ଫାଟିଲା ଅକ୍ସିଜେନ ସିଲିଣ୍ଡର, ଜଳି ପୋଡି ପାଉଁଶ ହୋଇଗଲା ବହୁ ମୂଲ୍ୟବାନ ଚିକିତ୍ସା ସାମଗ୍ରୀ । ଗତକାଲି( ଶୁକ୍ରବାର) ରାତିରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି । ଅକ୍ସିଜେନ ସିଲିଣ୍ଡର ଫାଟିବାରୁ 2 ଜଣ ଆହତ ହୋଇଛନ୍ତି । ଭୟରେ ଦୌଡି ପଳାଉଥିବା ବେଳେ ଅନ୍ୟ ଜଣେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଶୁକ୍ରବାର ରାତି ପ୍ରାୟ 8ଟା ସମୟରେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିଲା । ହଠାତ ବନ୍ଦ କୋଠରୀ ଭିତରୁ ହୁତୁହୁତୁ ହୋଇ ନିଆଁ ଜଳୁଥିବାର ଦେଖିଥିଲେ ମେଡିକାଲର କର୍ମଚାରୀ । ଅଗ୍ନିକାଣ୍ଡ ଯୋଗୁଁ ରୁମ୍ ଭିତରେ ଥିବା ମେଡିସିନ, ବେଡସିଟ ସମେତ ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ରୁମ ଭିତରେ ଥିବା ଅକ୍ସିଜେନ ସିଲିଣ୍ଡର ପ୍ରଚଣ୍ଡ ଶବ୍ଦ ହୋଇ ଫାଟି ଯାଇଥିଲା । ଫଳରେ ସେଠାରେ ଥିବା ମେଡିକାଲ କର୍ମଚାରୀ ଓ କିଛି ଲୋକଙ୍କ ଉପରେ ସିଲିଣ୍ଡରର ଭଙ୍ଗା ଅଂଶ ଛିଟିକି ପଡିବାରୁ ଦୁଇ ଜଣ ଆହତ ହୋଇଥିଲେ । ଆହତ ଦୁଇଜଣ ହେଲେ ମେଡିକାଲର ଡ୍ରାଇଭର ରୁପକ ସି ଓ ଅନ୍ୟଜଣେ ସେଠାରେ ଥିବା ଦାମଦର ପାତ୍ର ।

ଏହା ମଧ୍ୟ ପଢନ୍ତୁ-ଅଧରାତିରେ ଗୁହାଳେ ଲାଗିଗଲା ନିଆଁ: 4 ବଖରା ପୋଡ଼ି ପାଉଁଶ, 2 ଗାଈ ଜୀବନ୍ତ ଦଗ୍ଧ

ତେବେ ଅକ୍ସିଜେନ ସିଲିଣ୍ଡର ଫାଟିବାର ପ୍ରଚଣ୍ଡ ଶବ୍ଦ ଶୁଣି ଦୌଡି ପଳାଉଥିବା ବେଳେ ଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଆହତ ହୋଇଥିବାର ସୂଚନା ମିଳିଛି । ଘଟଣା ସମ୍ପର୍କରେ ବାରିପଦା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା କୌଣସି ରୋଗୀର କିଛି କ୍ଷୟକ୍ଷତି ହୋଇ ନାହିଁ । କେଉଁ କାରଣରୁ ଏଠାରେ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନାହିଁ ।

ଜୁଲାଇ 22 ତାରିଖ ରାତିରେ କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ଗୁଣ୍ଡର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା । ଗୁହାଳ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ 2 ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 2ଟି ଗାଈ ଆହତ ହୋଇଥିଲେ । ଏହାସହ ଚାରି ବଖରା ଚାଳଛପର ଘର ପୋଡ଼ି ପାଉଁଶ ହୋଇଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.