ETV Bharat / state

ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ, ଥାନାରେ ଏତଲା - ରାଷ୍ଟ୍ରପତିଙ୍କୁ ଅସମ୍ମାନ

ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ନେଇ ବିବାଦ । ଏନେଇ କରଞ୍ଜିଆ ଥାନାରେ ଏତଲା ଦେଲେ ମହିଳା ଆଇନଜୀବୀ ଝରଣା ପୃଷ୍ଟି । ଅଧିକ ପଢନ୍ତୁ

ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ
ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ
author img

By

Published : Dec 9, 2022, 12:46 PM IST

Updated : Dec 9, 2022, 8:11 PM IST

ରାଇରଙ୍ଗପୁର: ରାଷ୍ଟ୍ରପତିଙ୍କୁ ଅସମ୍ମାନ । ତେଲ ବିଜ୍ଞାପନରେ ଲାଗିଛି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଫଟୋ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁଙ୍କ ନିଜ ଜିଲ୍ଲାରେ । ମହାମହିମଙ୍କ ଫଟୋ ଏକ ସୋରିଷ ତେଲ କମ୍ପାନୀ ବିଜ୍ଞାପନରେ ବ୍ୟବହାର ହୋଇଛି । ଆଉ କରଞ୍ଜିଆ ସହରର ଆଖପାଖ ଅଞ୍ଚଳରେ ବଡ ବଡ ବ୍ୟାନରରେ ରାଷ୍ଟ୍ରପତିଙ୍କ ଫଟୋ ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ଥାନାରେ ଏତଲା ଦେଇଥିଲେ । ତେବେ ଏତଲା ନରଖି କେବଳ ଷ୍ଟେସନ ଡାଏରୀରେ ଅଭିଯୋଗ ରଖାଯାଇଥିବା ସୂଚନା ମିଳିଛି ।

ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ, FIR ନକରି ଷ୍ଟେସନ ଡାଏରୀରେ ଅଭିଯୋଗ ରଖିଛି ପୋଲିସ

ଦେଶର ପ୍ରଥମ ନାଗରିକ ତଥା ମହାମହିମଙ୍କୁ ଏଭଳି ଅସମ୍ମାନ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାହାନୀ କରିଥିବାରୁ କମ୍ପାନୀ ର ବିତରକ ଓ କମ୍ପାନୀ ବିରୋଧ ରେ ମହିଳା ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏକ ଏତଲା ଦାଖଲ କରିଥିଲେ । ତେବା ତାହା ପଞ୍ଜୀକରଣ ହୋଇନଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ସୋରିଷ ତେଲ କମ୍ପାନୀର‌ ପ୍ରଚାର ନିମନ୍ତେ ଏପରି ବ୍ୟାନର ଲଗାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୈଳ କମ୍ପାନୀ ମୟୂରଭଞ୍ଜ ମାଟିର ବୋହୂ ତଥା ମହାମହିମ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାହାନୀ କରିଥିବାରୁ କମ୍ପାନୀର ବିତରକ ଓ କମ୍ପାନୀ ବିରୋଧରେ ମହିଳା ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏକ ଏତଲା ଦେଇଛନ୍ତି । ପ୍ରତ୍ୟେକ ଦିନ ସେ ସେହି ରାସ୍ତାରେ ଯିବା ଆସିବା ସମୟରେ ଏହି ଫଟୋକୁ ଦେଖି ମହାମହିମ ରାଷ୍ଟ୍ରପତିଙ୍କ ସମ୍ମାନହାନୀ ହେଉଥିବା ସହ୍ୟ କରି ନପାରି ଶେଷରେ ଥାନାର ଦ୍ବାରସ୍ଥ ହୋଇଥିବା କଥା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Cyclone Mandous: ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍, ତାମିଲନାଡୁରେ ରେଡ ଆଲର୍ଟ ଜାରି

ଏନେଇ ମହିଳା ଆଇନଜୀବୀ କହିଛନ୍ତି, "ଉକ୍ତ ତୈଳ କମ୍ପାନୀ ବା ବିତରକ ରାଷ୍ଟ୍ରପତିଙ୍କ ଫଟୋ ବ୍ୟବହାର ପାଇଁ କାହାଠୁ ଅନୁମତି ଆଣିଥିଲେ ? କରଞ୍ଜିଆ ଏନଏସି କର୍ତ୍ତୃପକ୍ଷଙ୍କ ନିକଟରୁ ବ୍ୟାନର ଲଗେଇବାକୁ ଅନୁମତି ନେଇଛନ୍ତି କି ?"

ତେବେ ସେ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିବା ସହ ମହାମହିମଙ୍କ ଘୋର ଅପମାନ ପାଇଁ ଉକ୍ତ ସୋରିଷ ତେଲ ନିର୍ମାତା ଓ ସୋରିଷ ତେଲ ବିତରକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଏନେଇ କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀଙ୍କୁ ଫୋନ୍‌ ଯୋଗେ ପଚାରି ବୁଝିବାରୁ ଉକ୍ତ ଘଟଣାରେ ଏଫଆଇଆର ନକରି କେବଳ ଷ୍ଟେସନ ଡାଏରୀରେ ଅଭିଯୋଗ ରଖାଯାଇଥିବା କଥା କହିଛନ୍ତି। ଆବଶ୍ୟକ ପଡିଲେ ଏଫଆଇଆର ମଧ୍ୟ ରେଜିଷ୍ଟ୍ରାର କରିବେ ବୋଲି କହିଛନ୍ତି କରଞ୍ଜିଆ ଥାନା ଅଧିକାରୀ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Dec 9, 2022, 8:11 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.