ETV Bharat / state

ଦେବକୁଣ୍ଡରେ ମୁହାଁମୁହିଁ ଇକୋ ଟୁରିଜିମ୍ ସଦସ୍ୟ ଓ ଗ୍ରାମବାସୀ

author img

By

Published : Jan 23, 2020, 6:39 PM IST

ମୟୂରଭଞ୍ଜ ଜିଲ୍ଲା କୁଣ୍ଡାବାଇ ପଞ୍ଚାୟତରେ ଥିବା ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ଇକୋ ଟୁରିଜିମ୍ ସଦସ୍ୟ ଏବଂ ଦେବକୁଣ୍ଡ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ:

fight in tourist place debkund
ମୁହାଁମୁହିଁ ହେଲେ ଇକୋ ଟୁରିଜିମ୍ ସଦସ୍ୟ ଏବଂ ଗ୍ରାମବାସୀ

ବାରିପଦା: ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ମୁହାଁମୁହିଁ ହେଲେ ଇକୋ ଟୁରିଜିମ୍ ସଦସ୍ୟ ଏବଂ ଦେବକୁଣ୍ଡ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା କୁଣ୍ଡାବାଇ ପଞ୍ଚାୟତରେ ଥିବା ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ଇକୋ ଟୁରିଜିମ୍ ସଦସ୍ୟ ଏବଂ ଦେବକୁଣ୍ଡ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଗୁରୁବାର ଉଭୟ ପକ୍ଷରୁ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।

ଦେବକୁଣ୍ଡରେ ଥିବା ପାଇପ ଲାଇନକୁ କେହି ଭାଙ୍ଗି ଦେଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ଉପରେ ଦୋଷ ଲଦିଥିଲେ ଇକୋ ଟୁରିଜିମ୍ ସଦସ୍ୟ । ଯାହାକୁ ନେଇ ଇକୋ ଟୁରିଜିମ୍ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏପରିକି ଇକୋ ଟୁରିଜିମ୍ ସଦସ୍ୟ ସେହି ଗାଁର ମହିଳାମାନଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ଗ୍ରାମବାସୀମାନେ ଇକୋ ଟୁରିଜିମ୍ ସଦସ୍ୟଙ୍କୁ ମାଡ ମାରିବା ସହିତ ସେମାନଙ୍କ ମୋବାଇଲ ଭାଙ୍ଗି ଗାଳିଗୁଲଜ କରିଥିବା ନେଇ ଇକୋ ଟୁରିଜିମ୍ ସଦସ୍ୟଙ୍କ ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାରେ ରହିଥିବା ବେଳେ ପୋଲିସ୍‌ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ପର୍ଯ୍ୟଟନସ୍ତୁଳୀ ଦେବକୁଣ୍ଡରେ ଇକୋ ଟୁରିଜିମ୍ ସଦସ୍ୟ ଏବଂ ଗ୍ରାମବାସୀ ମୁହାଁମୁହିଁ ଉଭୟ ପକ୍ଷରୁ ଉଦଳା ଥାନାରେ ଲିଖୁତ ଅଭିଯୋଗ ।Body:ମୟୂରଭଞ୍ଜ ଜିଲ୍ଲା କୁଣ୍ଡାବାଇ ପଂଚାୟତରେ ଥିବା ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ରେ ଇକୋ ଟୁରିଜିମ୍ ସଦସ୍ୟ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଦେବକୁଣ୍ଡ ଠାରେ ଥିବା ପାଇପ ଲାଇନ କୁ କେହି ଭାଙ୍ଗି ଦେଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ଉପରେ ଦୋଷ ଦେଇଥିଲେ ଇକୋ ଟୁରିଜିମ୍ ସଦସ୍ୟ । ଯାହାକୁ ନେଇ ଇକୋ ଟୁରିଜିମ୍ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏପରିକି ଇକୋ ଟୁରିଜିମ୍ ସଦସ୍ୟ ସେହି ଗାଁ ର ମହିଳାମାନଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଅନ୍ୟପଟେ ଗ୍ରାମବାସୀମାନେ ଇକୋ ଟୁରିଜିମ୍ ସଦସ୍ୟଙ୍କୁ ମାଡ ମାରିବା ସହିତ ସେମାନଙ୍କ ମୋବାଇଲ ଭାଙ୍ଗି ଗାଳିଗୁଲଜ କରିଥିବା ନେଇ ଇକୋ ଟୁରିଜିମ୍ ସଦସ୍ୟଙ୍କ ପକ୍ଷରୁ ଥାନାରେ ଲିଖୁତ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନରେ ରହିଥିବା ବେଳେ ପୋଲିସ୍‌ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖୁଛି ।
ବାଇଟ୍ ୧ – ଚାନ୍ଦିନୀ ସିଂ (ଗ୍ରାମବାସୀ)
ବାଇଟ୍ ୨ – ଦୀପକ କୁମାର ବାରିକ (ଇକୋ ଟୁରିଜିମ୍ ସଦସ୍ୟ) ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.