ETV Bharat / state

କରଞ୍ଜିଆରେ ହାତୀ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଫସଲ - karanjia forest

ହାତୀ ଆତଙ୍କରେ ଆତଙ୍କିତ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ରହୁଥିବା ଗ୍ରାମବାସୀ । ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମରେ ପଶି ବ୍ୟାପକ ଧାନ ଚାଷ ନଷ୍ଟ କରିବା ସହିତ ଦୁଇଟି ଘରକୁ ଭାଙ୍ଗି ଦେଇଛନ୍ତି ଏହି ହାତୀ ପଲ ।

karanjia-forest
karanjia-forest
author img

By

Published : Dec 21, 2019, 12:31 PM IST

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ । ଜନବସତି ଆଡ଼କୁ ପଶି ଆସିବା ସହ ୨ଟି ଘର ଭାଙ୍ଗି ଦେଇଛନ୍ତି । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ସେହିପରି ଜଙ୍ଗଲ କ୍ଷୟ ହେବା ଦ୍ଵାରା ଖାଦ୍ୟ ଅନ୍ଵେଷଣରେ ଏବେ ହାତୀପଲ ଗାଁ ମୁହାଁ । ତେବେ ବର୍ତ୍ତମାନ କିଛି ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କ ବଢି ଚାଲିଛି ।

କରଞ୍ଜିଆରେ ହାତୀ ଆତଙ୍କ, ଭାଙ୍ଗିଲେ 2 ଘର

ତେବେ ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ ଡିଆଯୋଡି ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଉତ୍ତମ ବେହେରା ଓ ଡାଳିମ୍ବ ବେହେରାଙ୍କ ଘର ଭାଙ୍ଗି ଦେଇଛନ୍ତି । ଫଳରେ ଆଜି ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି । ସାନବଡ଼ପଶି ସଂରକ୍ଷିତ ଜଙ୍ଗଲରେ ହାତୀପଲ ଥିବା ଜଣାପଡ଼ିଛି ।

ଗତ ୨୦ ଦିନ ମଧ୍ୟରେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ୨ ଜଣଙ୍କୁ ହାତୀ ମାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେହିପରି ୨୦ଟି ଘର ମଧ୍ୟ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ, ପୁଣି ଭାଙ୍ଗିଲେ ୨ ଟି ଘର ।
ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ସେହିପରି ଜଙ୍ଗଲ କ୍ଷୟ ହେବା ଦ୍ଵାରା ଖାଦ୍ୟ ଅନ୍ଵେଷଣରେ ଏବେ ହାତୀପଲ ଗାଁ ମୁହାଁ । ତେବେ ବର୍ତ୍ତମାନ କିଛି ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କ ବଢି ଚାଲିଛି । ତେବେ ଗତ କାଲି ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ ଡିଆଯୋଡି ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଉତ୍ତମ ବେହେରା ଓ ଡାଳିମ୍ବ ବେହେରା ଙ୍କ ଘର ଭାଙ୍ଗି ଦେଇଥିଲେ। ଫଳରେ ଆଜି ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି। ଆଜି ସାନବଡ଼ପଶି ସଂରକ୍ଷିତ ଜଙ୍ଗଲରେ ହାତୀପଲ ଥୁବା ଜଣାପଡ଼ିଛି। ଗତ ୨୦ଦିନ ମଧ୍ୟରେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପୋଷି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ୨ ଜଣଙ୍କୁ ହାତୀ ମାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି, ସେହିପରି ୨୦ଟି ଘର ମଧ୍ୟ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.