ETV Bharat / state

ଗୋଷ୍ଠୀ ସଂକ୍ରମଣ ଭୟ, 60 ଘଣ୍ଟା ସଟଡାଉନ ଖିଚିଂ ଓ ଶୁକ୍ରୁଳି ଗ୍ରାମପଞ୍ଚାୟତ - ରାଇରଙ୍ଗପୁର ଖବର

ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ 60 ଘଣ୍ଟା ପାଇଁ ସଟଡାଉନ ଘୋଷଣା ହୋଇଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର 2ଟି ଗ୍ରାମ ପଞ୍ଚାୟତ । ଶୁକ୍ରୁଳି ବ୍ଳକ ଅନ୍ତର୍ଗତ ଖିଚିଂ ଗ୍ରାମ ପଞ୍ଚାୟତ ଓ ଶୁକ୍ରୁଳି ଗ୍ରାମ ପଞ୍ଚାୟତକୁ ରବିବାର ସନ୍ଧ୍ୟା ୭ଟାରୁ ସଟଡାଉନ ଘୋଷଣା କରିଛନ୍ତି ଏହି 2 ଗ୍ରାମପଞ୍ଚାୟତର ସରପଞ୍ଚ । ଅଧିକ ପଢନ୍ତୁ...

Fear of group infections
ଗୋଷ୍ଠୀ ସଂକ୍ରମଣ ଭୟ, 60 ଘଣ୍ଟା ସଟଡାଉନ ଖିଚିଂ ଓ ଶୁକ୍ରୁଳି ଗ୍ରାମପଞ୍ଚାୟତ
author img

By

Published : Jun 29, 2020, 7:46 PM IST

ରାଇରଙ୍ଗପୁର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ମନରେ ଏବେ ଗୋଷ୍ଠୀ ସଂକ୍ରମଣର ଭୟ ପଶିଛି । ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ 60 ଘଣ୍ଟା ପାଇଁ ସଟଡାଉନ ଘୋଷଣା ହୋଇଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର 2ଟି ଗ୍ରାମ ପଞ୍ଚାୟତ । ଶୁକ୍ରୁଳି ବ୍ଳକ ଅନ୍ତର୍ଗତ ଖିଚିଂ ଗ୍ରାମ ପଞ୍ଚାୟତ ଓ ଶୁକ୍ରୁଳି ଗ୍ରାମ ପଞ୍ଚାୟତକୁ ରବିବାର ସନ୍ଧ୍ୟା ୭ଟାରୁ ସଟଡାଉନ ଘୋଷଣା କରିଛନ୍ତି ଏହି 2 ଗ୍ରାମପଞ୍ଚାୟତର ସରପଞ୍ଚ ।

ଗୋଷ୍ଠୀ ସଂକ୍ରମଣ ଭୟ, 60 ଘଣ୍ଟା ସଟଡାଉନ ଖିଚିଂ ଓ ଶୁକ୍ରୁଳି ଗ୍ରାମପଞ୍ଚାୟତ

ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ ୬୦ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ଉଭୟ ସରପଞ୍ଚ । ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯାଇଛି । କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ସଟଡ଼ାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି କହିଛନ୍ତି ।

କେହି ବି ଘରୁ ନ ବାହାରିବା ସହିତ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଲୋକେ ଭୟଭୀତ ନ ହୋଇ ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିବା ଖିଚିଂ ସରପଞ୍ଚ ମନ୍ମଥ ନାଏକ ଓ ଶମ୍ବୁନାଥ ନାଏକ କହିଛନ୍ତି ।

ସୂଚନାଯୋଗ୍ୟ, ଖିଚିଂ ଗ୍ରାମପଞ୍ଚାୟତର କ୍ଵାରେଣ୍ଟାଇନରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ପୂର୍ବରୁ 4 ଜଣଙ୍କ ରିପୋର୍ଟ କୋରୋନା ପଜିଟିଭ ଆସିଥିଲା । ପରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉକ୍ତ ଆକ୍ରାନ୍ତ ଜଣକ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଥିଲା । ଏବେ ଉକ୍ତ ଆକ୍ରାନ୍ତଙ୍କ ଯୋଗୁଁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଛି । ଫଳରେ ବାଧ୍ୟ ହୋଇ ଉଭୟ ସରପଞ୍ଚ ସଟଡାଉନ ନିଷ୍ପତ୍ତି ନେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.