ETV Bharat / state

ମୟୂରଭଞ୍ଜରେ ସରକାରୀ ସୁବିଧାରୁ ବଞ୍ଚିତ ମାଛଚାଷୀ - farmer

ମୟୂରଭଞ୍ଜ ଜିଲ୍ଲାରେ ମାଛ ଚାଷୀଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 5, 2019, 10:32 AM IST

ମୟୂରଭଞ୍ଜ: ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି ମାଛ ଚାଷୀଙ୍କ ପାଇଁ ମଧ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଯୋଜନାର ସୁଫଳ ପାଇ ପାରୁନଥିବା ଅଭିଯୋଗ କରିଛନ୍ତି ମୟୂରଭଞ୍ଜର ମାଛଚାଷୀ ।

ମାଛ ଚାଷ ପ୍ରତି ଚାଷୀଙ୍କର ଦିନକୁ ଦିନ ଆଗ୍ରହ ବଢୁଥିବାବେଳେ ମାଛ ଉତ୍ପାଦନରେ ରାଜ୍ୟର ପଞ୍ଚମ ସ୍ଥାନରେ ରହିଛି ମୟୂରଭଞ୍ଜ ଜିଲ୍ଲା । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ମାଛ ଚାଷ ପ୍ରତି ଆଗ୍ରହ ବଢିଥିବାବେଳେ ଚାଷୀ ଧାନ ଚାଷ ଛାଡି ମାଛ ଚାଷ ପ୍ରତି ମନ ବଳାଉଛନ୍ତି । ତେବେ ମାଛ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମିଳୁନି ସୁବିଧା ସୁଯୋଗ । ମାଛ ଚାଷୀ ବିଭିନ୍ନ ସମୟରେ ବ୍ୟାଙ୍କ ଋଣ ହେଉ ଅବା ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ହତାଶ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅନ୍ୟପଟେ ଜିଲ୍ଲାର ୨୬ଟି ବ୍ଳକରୁ ବେତନଟୀ ବ୍ଲକରେ ସର୍ବାଧିକ ମାଛଚାଷୀ ଥିବାବେଳେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ମାଛ ଚାଷୀ । ମାଛ ଚାଷୀଙ୍କ ପାଇଁ ଜାଆଁଳ, ବିଦ୍ୟୁତ, ମାଛ ମେଡ଼ିସିନ, ବ୍ୟାଙ୍କ ଋଣ, ମାଛ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ବଜାର ସୃଷ୍ଟି କରିବା ପାଇଁ ଦାବି କରାଯାଇଛି । ତେବେ ବେତନଟୀ ବ୍ଲକ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଥିବାବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀ ବାଲେଶ୍ବର ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି । ବାଲେଶ୍ବର ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ମତ୍ସ୍ୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ କୃଷି ମନ୍ତ୍ରୀ ଓ ପ୍ରଶାସନକୁ ମାଛ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି ।

ଚଳିତ ବର୍ଷ ଜିଲ୍ଲା ମତ୍ସ୍ୟ ବିଭାଗ ଆଶା ରଖିଛି ୨୭୦୦୦ ମେଟ୍ରିକ ଟନ ମାଛ ଉତ୍ପାଦନ ହେବ ବୋଲି । ତେବେ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-FISHERIES PROBLEM  
SPECIAL PACKAGE-MRUTYUNJAY SENAPATI,MAYURBHANJ
DATE-04.06.2019
ANCHOR-ଚାଷୀ ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି - ବିଶେଷ କରି ମାଛ ଚାଷୀ ଙ୍କ ପାଇଁ ମଧ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି ତେବେ ଯୋଜନା ର ସୁଫଳ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ମାଛଚାଷୀ

ମାଛ ଚାଷ ପ୍ରତି ଚାଷୀ  ଦିନକୁ ଦିନ  ଆଗ୍ରହ ବଢୁଥିବା ବେଳେ ମୟୁଭଞ୍ଜ ଜିଲ୍ଲା ମାଛ ଉତ୍ପାଦନରେ ରାଜ୍ୟର ପଞ୍ଚମ ସ୍ଥାନରେ , ଗତ କିଛି ବର୍ଷ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ମାଛ ଚାଷ ପ୍ରତି ଆଗ୍ରହ ବଢିଥିବା ବେଳେ ଚାଷୀ ଧାନ ଚାଷ ଛାଡି ମାଛ ଚାଷ ପ୍ରତି ମନବୋଳାଉଛନ୍ତି - ତେବେ ମାଛ ଚାଷ ପାଇଁ ସରକାର ତରଫରୁ ଚାଷୀ ମିଳୁନି ସୁବିଧା ସୁଯୋଗ-ମାଛ ଚାଷୀ ବିଭିନ୍ନ ସମୟରେ ବ୍ୟାଙ୍କ ଋଣ ହେଉଆ ଅବା ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ହତାଶ ହେଉଛି - ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲାର ୨୬ ଟି ବ୍ଳକରୁ ବେତନଟୀ ବ୍ଲକରେ ସର୍ବଧି ମାଛଚାଷୀ ଥିବା ବେଳେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ମାଛ ଚାଷୀ - ମାଛ ଚାଷୀ ଙ୍କ ପାଇଁ ଜାଆଁଳ, ବିଦ୍ୟୁତ , ମାଛ ମେଡ଼ିସିନ , ବ୍ୟାଙ୍କ ଋଣ , ମାଛ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ବଜାର  ସୃଷ୍ଟି କରିବା ପାଇଁ ଦାବି  କରିଛନ୍ତି ମାଛ ଚାଷୀ - ଅନ୍ୟପଟେ ବେତନଟୀ ବ୍ଲକ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀ ବାଲେଶ୍ବର ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି ଏବଂ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ମତ୍ସ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଥିବା ବେଳେ ଚାଷୀ ମନ୍ତ୍ରୀ ଓ ପ୍ରଶାସନ କୁ ମାଛ ଚାଷୀ ଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି -
ବାଇଟ- ଅରବିନ୍ଦ ସାହୁ - ମାଛ ଚାଷୀ 
ବାଇଟ- ସଞ୍ଜୟ କୁମାର ସାହୁ- ମାଛ ଚାଷୀ 
ମାଛ ଉତ୍ପାଦନ ରେ ରାଜ୍ୟରେ ପଞ୍ଚମ ସ୍ଥାନ ରେ ରହିଛି ମୟୁରଭଞ୍ଜ ଜିଲ୍ଲା, ଜିଲ୍ଲାରେ ମୋଟ ସରକାରୀ ପଞ୍ଚିକୃତ ଚାଷୀ ଙ୍କ ସଂଖ୍ୟା ୨୬ ଟି ବ୍ଲକରେ ୨୦୦୦ ତେବେ ଏହି ଚାଷୀ ଙ୍କ ମଧ୍ୟରୁ କେବଳ ଜିଲ୍ଲାର ବେତନଟୀ ବ୍ଲକରେ ୧୦୦୦ ଚାଷୀ- ବର୍ଷକୁ ୨୫୦୦୦ ହଜାର ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଥିବା  ବେଳେ ଚଳିତ ବର୍ଷ ଜିଲ୍ଲା ମଟ୍ସ ବିଭାଗ ଆଶା ରଖିଛି ୨୭୦୦୦ ମେଟ୍ରିକ ଟନ ମାଛ ଉତ୍ପାଦନ ହେବ ବୋଲି- ତେବେ ଚାଷୀ ଙ୍କୁ ସରକାର ଙ୍କ ପକ୍ଷରୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲା ମତ୍ସ ଅଧିକାରୀ 
ବାଇଟ- ସୁରେନ୍ଦ୍ର କୁମାର ଘଡେଇ - ଜିଲ୍ଲା ମତ୍ସ ଅଧିକାରୀ - ମୟୁରଭଞ୍ଜ 
ସରକାର ମାଛ ଚାଷୀ ଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ତେବେ ହିତାଧିକାରୀ ଙ୍କ ପାଖରେ କେତେ ପହଂଚି ପାରୁଛି ତାହା ଅନୁମାନ କରିହେଉଛି ଅନ୍ୟପକ୍ଷରେ ଜିଲ୍ଲା ମତ୍ସ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ପାଇଁ ମାଛ ଚାଷୀ ଙ୍କ ପାଖରେ ନା ପହଂଚି ପାରୁଛି ଯୋଜନା ନା ପହଂଚୁଛନ୍ତି ଅଧିକାରୀ 
ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି  ଇ ଟିଭି ଭାରତ

Visual BYTE MOJO
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.