ରାଇରଙ୍ଗପୁର: ଲେମ୍ପ୍ସ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ପାଇଁ ଧାନ ବିକ୍ରି କରିପାରୁ ନାହାଁନ୍ତି ପଞ୍ଜିକୃତ ଚାଷୀ । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ କିଷାତ କ୍ଷେତ ମଜଦୁର ସଙ୍ଗଠନ ନେତୃତ୍ବରେ ଚାଷୀମାନେ ଏକଜୁଟ ହୋଇ ଶୋଭାଯାତ୍ରା ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନାଯୋଗ୍ୟ, ପଞ୍ଜିକୃତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଧାର୍ଯ୍ୟ ତାରିଖରେ ଟୋକନ ନ ଦେବା, ଟୋକନ ପ୍ରଦାନ କରିବା ପରେ ମଧ୍ୟ ତାକୁ ବାତିଲ କରିବା, 40 କ୍ବିଣ୍ଟାଲ ଧାନ ଥିବା ଟୋକନରେ 20 କ୍ବିଣ୍ଟାଲ ଧାନ ନେବା ଆଦି ବିଭିନ୍ନ ଅଭିଯୋଗ କରି ଲେମ୍ପ୍ସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି ଚାଷୀ । ଏନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ