ETV Bharat / state

ମାଡି ଆସୁଛି ବାତ୍ୟା ୟସ: ବାଲେଶ୍ଵର-ମୟୂରଭଞ୍ଜ ସୀମାନ୍ତରେ ବ୍ୟାପକ ପ୍ରସ୍ତୁତି - ୟସ ପ୍ରସ୍ତୁତି

ଅତି ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ମୁହାଁଉଛି ବାତ୍ୟା ୟସ । ଏହାର ପ୍ରଭାବରେ ବାଲେଶ୍ବର-ମୟୂରଭଞ୍ଜ ସୀମାନ୍ତରେ ବ୍ୟାପକ ପ୍ରସ୍ତୁତି ଶେଷ । ଅଧିକ ପଢନ୍ତୁ...

ମାଡି ଆସୁଛି ବାତ୍ୟା ୟସ: ବାଲେଶ୍ଵର-ମୟୂରଭଞ୍ଜ ସୀମାନ୍ତରେ ବ୍ୟାପକ ପ୍ରସ୍ତୁତି

author img

By

Published : May 26, 2021, 9:53 AM IST

ବାରିପଦା: ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟସ । 3 ଘଣ୍ଟା ଧରି ବାତ୍ୟାର ଲ୍ୟଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ । ଭଦ୍ରକ ଧାମରା ଦେଇ ବାଲେଶ୍ବର ଆଡକୁ ଗତିପଥ ବଦଳାଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ବାଲେଶ୍ଵର ସୀମାନ୍ତରେ ଥିବା ବ୍ଲକ ତଥା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମାଡି ଆସୁଛି ବାତ୍ୟା ୟସ: ବାଲେଶ୍ଵର-ମୟୂରଭଞ୍ଜ ସୀମାନ୍ତରେ ବ୍ୟାପକ ପ୍ରସ୍ତୁତି

ଗତକାଲି(ମଙ୍ଗଳବାର) ସୁଦ୍ଧା ରାସଗୋବିନ୍ଦପୁର ବ୍ଲକରେ ମୋଟ ୧୭ଟି ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ୧୬୫୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ବାଲେଶ୍ଵର ସୀମାରେ ଥିବା ଗାଁ ଲୋକେ ବାତ୍ୟା ୟସକୁ ନେଇ ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି । ରାସଗୋବିନ୍ଦପୁର ବିଡିଓ ବାତ୍ୟା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ବୋଲି କହିଛନ୍ତି । ରାସଗୋବିନ୍ଦପୁର ବ୍ଲକରେ ବାତ୍ୟା ୟସର ପ୍ରଭାବ ଅଧିକ ଆଶଙ୍କା ଥିବାରୁ ଏନଡିଆରଏଫଟିମ, ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛନ୍ତି । ଅନ୍ୟପକ୍ଷରେ କୋଭିଡ ରୋଗୀଙ୍କ ପାଇଁ ନାକୀଚୁଆ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଥଇଥାନ କରାଯାଇଛି ବୋଲି କହିଛନ୍ତି ବିଡିଓ । ତେବେ ବାତ୍ୟା ୟସ ପାଇଁ ବ୍ଲକବାସୀ ଭୟବିତ ଥିବାବେଳେ ଗତବର୍ଷ ଅମ୍ଫାନ ବାତ୍ୟାର ଦୁଃଖ ବଖାଣିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.