ETV Bharat / state

ବାରିପଦା: ମାଧବୀ ନାଳରେ ବାଇକ ସହ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର

author img

By

Published : Aug 15, 2022, 8:15 PM IST

ବାରିପଦା ମାଧବୀ ନାଳରେ ଭାସିଯାଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ସିଂହଟିଆ ଗ୍ରାମର ବୁବୁନ । ବଡ଼ସାହି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତକରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅଧିକ ପଢନ୍ତୁ

ମାଧବୀ ନାଳରେ ବାଇକ ସହ ଭାସି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ବାରିପଦା: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଧବୀ ନାଳରେ ଭାସିଯାଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ସିଂହଟିଆ ଗ୍ରାମର ବୁବୁନ ।

ମାଧବୀ ନାଳରେ ବାଇକ ସହ ଭାସି ଇଞ୍ଜିୟର ଛାତ୍ରଙ୍କ ମୃତ୍ୟୁ

ସୂଚନା ଅନୁ଼ସାରେ, ବୁବୁନ ସାଙ୍ଗ ଆକାଶ ନାୟକଙ୍କ ସହିତ କଲେଜରୁ ଫେରିବା ସମୟରେ ମାଧବୀ ନାଳ କଲର୍ଭଟ ଉପରେ ବନ୍ୟା ଜଳ ପ୍ରବଳ ସ୍ରୋତରେ ପ୍ରବାହିତ ହେଉଥିଲା । ତେବେ କଲଭର୍ଟ ଉପରେ ବାଇକ ନେବାବେଳେ ବନ୍ୟାପାଣି ସ୍ରୋତରେ ଉଭୟେ ଭାସିଯାଇଥିଲେ । ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଗ୍ରାମବାସୀ ତଳମୁଣ୍ଡରେ ବହୁ ଖୋଜାଖୋଜି କରିବା ପରେ ବୁବୁନର ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ସୌଭାଗ୍ୟ ବଶତଃ ଆକାଶଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେହିପରି ଭାସିଯାଇଥିବା ବାଇକକୁ ମଧ୍ୟ ଉଦ୍ଧାର କରାଯାଇଛି । ବୁବୁନ ମୟୂରଭଞ୍ଜ ଇଂଞ୍ଜିନିୟରିଂ କଲେଜରେ ଅଧ୍ୟୟନରତ ଥିବାବେଳେ ଚାକିରୀ ପାଇଁ ତାଙ୍କର କ୍ୟାମ୍ପସ ସିଲେକସନ ହୋଇଥିଲା । ବଡ଼ସାହି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.