ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ଏନକାଉଣ୍ଟର, ଜଣେ ଶିକାରୀ ନିହତ

ଶିମିଳିପାଳ ଅଭୟାରଣ୍ୟରେ କମ୍ବିଂ ଅପରେସନ ଜାରି । ବନ କର୍ମଚାରୀ ଓ ଶିକାରୀ ମୁଁହାମୁହିଁ । ବନ କର୍ମଚାରୀଙ୍କ ଗୁଳି ମାଡ଼ରେ ଜଣେ ଶିକାରୀର ମୃତ୍ୟୁ । ଅଧିକ ପଢ଼ନ୍ତୁ

ଶିମିଳିପାଳ ଅଭୟାରଣ୍ୟରେ କମ୍ବିଂ ଅପରେସନ ଜାରି
ଶିମିଳିପାଳ ଅଭୟାରଣ୍ୟରେ କମ୍ବିଂ ଅପରେସନ ଜାରି
author img

By

Published : Jun 2, 2023, 7:04 AM IST

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀ-ଶିକାରୀ ମୁହାଁମୁହିଁ । ଏନକାଉଣ୍ଟରରେ ଶିକାରୀ ନିହତ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗତ ମାସ ୨୨ ତାରିଖ ଦିନ ବନବିଭାଗର ପାଟ୍ରୋଲିଂ ଚାଲିଥିବା ବେଳେ ଶିକାରୀ ଗୁଳିରେ ବିମଲ କୁମାର ଜେନା ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିଭିନ୍ନ ସମୟରେ ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଜାରି ରହିଛି । ଶିମିଳିପାଳ ଅଭୟାରଣ୍ୟରେ ଗତ ବୁଧବାର ରାତିରେ କମ୍ବିଂ ଅପରେସନ ଚାଲିଥିବା ବେଳେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁଁହି ହୋଇଥିଲେ । ଏହି ଘଟଣାରେ ଅତର୍କିତ ଭାବେ ଶିକାରୀମାନେ ତୀର ମାଡ଼ କରିଥିବାର କରିଥିବା ବେଳେ ବନବିଭାଗ କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ଫଳରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଏବଂ ବନ କର୍ମୀଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ କମ୍ବିଂ ଅପରେସନ ଜାରି ରଖିଥିଲେ । ଏହି ସମୟରେ ଶିକାରୀଙ୍କ ସହିତ ସାମ୍ନା ସାମ୍ନି ହୋଇଥିଲା ବନବିଭାଗ । ୧୫ରୁ ଊର୍ଦ୍ଧ୍ବ ଶିକାରୀ ଦେଶୀ ବନ୍ଧୁକ ଓ ଧନୁ ତୀର ଧରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାର କରିବା ପାଇଁ ଯାଇଥିବା ବେଳେ ବନ କର୍ମଚାରୀମାନଙ୍କ ସହ ମୁହାଁମୁହିଁ ହୋଇଥିଲେ ।

ଶିକାରୀମାନେ ବନ କର୍ମଚାରୀଙ୍କ ଉପରେ ତୀର ମାଡ଼ କରିଥିବା ବେଳେ ବନ କର୍ମଚାରୀମାନେ ପାଲଟା ଉତ୍ତରରେ ଫାଙ୍କା ଗୁଳି ଚାଳନା କରିଥିବାର ସୂଚନା ମିଳିଛି । ତେବେ ଶିକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମର ଜଗନ୍ନାଥ ହେମ୍ବ୍ରମଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେପଟେ ଶିକାରୀମାନେ ଛାଡି ପଳାଇଥିବା ଦୁଇଟି ଦେଶୀ ବନ୍ଧୁକ ଏବଂ ଅନେକ ଧନୁତୀରକୁ ଜବତ କରିଛି ବନବିଭାଗ ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ମେ ୨୨ ତାରିଖ ଶିମିଳିପାଳ ନଅଣା ରେଞ୍ଜ ରେ ଶିକାରୀଙ୍କ ଗୁଳିମାଡରେ ଜଣେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନା ପ୍ରାଣ ହରାଇଥିଲେ । ପରେ ବନ ବିଭାଗ ଓ ପୋଲିସର ମିଳିତ ଟିମ ଗଠନ କରାଯାଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଫରେଷ୍ଟ ଗାର୍ଡ ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ୨୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଥିବା ବେଳେ ୭ ଜଣକୁ ଗିରଫ କରିବାରେ ସଫଳ ହୋଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.