ବାରିପଦା: ମୋରଡା ବ୍ଲକ ଚିତ୍ରଡା ଉପ ଡ଼ାକଘରର ଜଣେ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ। କର୍ମଚାରୀ ଜଣଙ୍କ ପଜିଟିଭ ଚିହ୍ନଟ ପରେ ପୋଷ୍ଟ ଅଫିସକୁ ସଟ୍ ଡାଉନ କରାଯାଇଛି । ଉପ ଡାକଘର ସଟ୍ଡାଉନ ହେବା ସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି।
ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ଉପଡ଼ାକଘରର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ। କର୍ମଚାରୀ ଜଣଙ୍କ ପଜିଟିଭ ଚିହ୍ନଟ ହେବାପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। କର୍ମଚାରୀ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକଘରକୁ ସଟ୍ ଡାଉନ ଘୋଷଣା କରିଛନ୍ତି ପୋଷ୍ଟ ମାଷ୍ଟର ।
ଉପ ଡାକଘର ସଟ୍ ଡାଉନ ହେବା ସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି। ଚିତ୍ରଡା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉପ ଡାକଘରକୁ ସାନିଟାଇଜ କରିବା ସହ ସମ୍ପୂର୍ଣ୍ଣ ବଜାରକୁ ମଧ୍ୟ ସାନିଟାଇଜ କରିଛନ୍ତି। ଅନ୍ୟପକ୍ଷରେ ମୋରଡ଼ା ବ୍ଲକ ବିଡ଼ିଓ ଓ ତହସିଲଦାର ଉପଡ଼ାକ ଘରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ