ETV Bharat / state

ପରଲୋକରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ - ପରଲୋକରେ ଗୀତିକାର ସରୋଜ ପଟ୍ଟନାୟକ

ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ । ୮୧ ବର୍ଷ ବୟସରେ ହୃଦଘାତରେ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ପରଲୋକରେ ବିଶିଷ୍ଟ ସଂଗୀତ ନିର୍ଦେଶକ ସରୋଜ ପଟ୍ଟନାୟକ

author img

By

Published : Jan 14, 2022, 10:15 AM IST

Updated : Jan 14, 2022, 1:26 PM IST

ବାରିପଦା: ଆରପାରିରେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକ । ଗୁରୁବାର ହୃଦ୍‌ଘାତରେ ବାରିପଦା ବଡ଼ବଜାର ସ୍ଥିତ ବାସଗୃହରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସରୋଜ ପଟ୍ଟନାୟକ ଥିଲେ ଜଣେ ଉଚ୍ଚକୋଟିର ସଙ୍ଗୀତ ନିର୍ଦେଶକ ତଥା ଗୀତିକାର। ସେ ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଚାକିରି ସହ ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କର ସଙ୍ଗୀତ ସାଧନା ଜାରି ରହିଥିଲା ।

ପରଲୋକରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ । ୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ରରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଜୀବନ ଆରମ୍ଭ ହୋଇଥିଲା। ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଗୀତ ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ । ଏଥିପରେ ତାଙ୍କ ବଡ଼ ଭଉଣୀ କବିତା ପଟ୍ଟନାୟକଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରିଥିଲେ। ୧୯୫୮-୫୯ ମସିହାରୁ ତାଙ୍କ ଗୀତସୁର ଆକାଶବାଣୀରେ ବାଜୁଥିଲା । ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ ।

ସରୋଜଙ୍କ ଅବଦାନ:

ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବରେ କାର୍ଯ୍ୟ କରିଛନ୍ତି । ଓଡ଼ିଆ କଥାଚିତ୍ରକୁ ଅବଦାନ ଅଭିମାନ - ୧୯୭୭ (ସଙ୍ଗୀତ ନିର୍ଦ୍ଦେଶକ) ଫୁଲ ଚନ୍ଦନ - ୧୯୮୨(ସଙ୍ଗୀତ ନିର୍ଦ୍ଦେଶକ) ଝିଅଟି ସୀତା ପରି - ୧୯୮୩ (ସଙ୍ଗୀତ ନିର୍ଦ୍ଦେଶକ) ଅଭିଳାଷ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର) ହାକିମ ବାବୁ - ୧୯୮୫ (ସଙ୍ଗୀତ ନିର୍ଦ୍ଦେଶକ) ମୋ ମନ ଖାଲି ତୋରି ପାଇଁ - ୧୯୯୫ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର) ତୁମେ ହିଁ ସାଥୀ ମୋର - ୨୦୦୯ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର) ଏଇ ସଂଘର୍ଷ(ସଙ୍ଗୀତ ନିର୍ଦ୍ଦେଶକ) ଭିନ୍ନ ସମୟ - ୧୯୯୨(ଅଭିନୟ) ସମ୍ମାନଶ୍ରେଷ୍ଠ ସଙ୍ଗୀତକାର(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ଫୁଲ ଚନ୍ଦନ ଓ ଅଭିଳାଷ ଏଥି ସହିତ ସେ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ବହୁ ଲୋକପ୍ରିୟ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସେଥି ମଧ୍ୟରୁ ଏଇ ଯେ ବନଲତା ପାହାଡ଼, ତୋ ବିନା ଲାଗେନା ଭଲ କିଛି, ଏଇ ଝୁମା ଝୁମା ଗୋଲାପୀ ବେଳାରେ ଆଦି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥି ସହିତ ବିଭିନ୍ନ ନାଟକ, ଟିଭି ସିରିଏଲ, ଚଳଚ୍ଚିତ୍ର, ଟେଲି ଫିଲ୍ମ ଆଦିରେ ନିଜର ସଙ୍ଗୀତର ଯାଦୁ ଦେଖାଇଛନ୍ତି । ସେ ଜନ୍ମମାଟିକୁ ବହୁତ ଭଲ ପାଉଥିଲେ ସେଥିପାଇଁ ସେ ତାଙ୍କୁ ରାଜ୍ୟ ତଥା ଅନ୍ୟ ରାଜ୍ୟରୁ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ବାରିପଦା ମାଟିକୁ ଛାଡି ନଥିଲେ । ସେଥିପାଇଁ ସେ ବାରିପଦାରେ ରହି ଅନେକ ସଳ୍ପ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ହେଲେ ତାଙ୍କ ଦ୍ବାରା ନିର୍ଦ୍ଦେଶିତ ସମସ୍ତ ଗୀତ ଗୁଡିକ ବେଶ ଲୋକପ୍ରିୟ ହୋଇପାରିଥିଲା ।

ଏହି ଲୋକପ୍ରିୟ ଗାୟକ ବାରିପଦାର ବଡ଼ବଜାର ସ୍ଥିତ ବାସଭବନରେ ଗତକାଲି ସନ୍ଧ୍ୟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର ୩ ପୁଅ ଥିବା ବେଳେ ଗୋଟିଏ ଝିଅ ଯିଏକି ବାହା ହୋଇ ଅଷ୍ଟ୍ରେଲିଆରେ ରହୁଥିଲେ । ତେବେ ତାଙ୍କର ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ଲୋକମାନେ ବାରିପଦା ସ୍ଥିତ ବାସଭବନରେ ଉପସ୍ଥିତ ଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jan 14, 2022, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.