ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ହାତୀ ଉପଦ୍ରବ । କରଞ୍ଜିଆ, କପ୍ତିପଦା ଓ ବାରିପଦା ବନଖଣ୍ଡରେ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି । କରଞ୍ଜିଆ ଓ କପ୍ତିପଦାରେ ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ହାତୀ ଚାଷୀଙ୍କ ଧାନ ଅମଳ ସମୟରେ ଏକର ଏକର ଚାଷ ଜମି ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ବାରିପଦା ବନଖଣ୍ଡ ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟୀ ରେଞ୍ଜରେ ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ପ୍ରାୟ ୬୦ରୁ ଊର୍ଦ୍ଧ୍ବ ହାତୀ ଏବେ ଭାଗ ଭାଗ ହୋଇ ବେତନଟି ରେଞ୍ଜ ମେରଦା, ବଡାମ ଓ ପଳାଶ ସଂରକ୍ଷିତ ଜଙ୍ଗଲରେ ରହୁଥିବା ଜଣାପଡିଛି । ବେତନଟି ଓ ରାସଗୋବିନ୍ଦପୁର ରେଞ୍ଜରେ ଏକର ଏକର ଚାଷ ଜମି ନଷ୍ଟ କରୁଥିବାବେଳେ ଚାଷୀ ଏବେ ଚିନ୍ତାରେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ