ETV Bharat / state

ରାଇରଙ୍ଗପୁରରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ - ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବାଇଶ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଥିବା ବେଳେ ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ଜଣାପଡିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Nov 8, 2019, 2:27 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ। ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବାଇଶ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଥିବା ବେଳେ ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ୧୪ ଟିକିଆ ହାତୀପଲ ରାଇରଙ୍ଗପୁର ରେଞ୍ଜ ଅଧୀନରେ ଥିବା କୁକୁଡିମୁଣ୍ଡି ଓ ସାନଝରି ଗ୍ରାମରେ ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିବା ସହିତ ପାଚିଲା ଧାନକୁ ଖାଇ ଯାଇଛନ୍ତି। ତେବେ କୁକୁଡିମୁଣ୍ଡି ଓ ସାନଝରି ଗ୍ରାମରେ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିଥିବା ବେଳେ ରାଇରଙ୍ଗପୁର ବନବିଭାଗ ମଧ୍ୟ ହାତୀ ଘଉଡେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଅନ୍ୟପଟେ ଯେଉଁ ଲୋକଙ୍କ ଧାନ ଫସଲ ନଷ୍ଟ ହୋଇଛି ସେହି ଲୋକମାନଙ୍କୁ ବନବିଭାଗ ତରଫରୁ କ୍ଷତିପୂରଣ ରାଶି ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ରାଇରଙ୍ଗପୁର ରେଞ୍ଜର ସୂଚନା ଦେଇଛନ୍ତି। ହାତୀପଲ ଭୟରେ ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ ୧୪ ଟିକିଆ ହାତୀପଲ ବର୍ତ୍ତମାନ ରାଇରଙ୍ଗପୁର ବନଖଣ୍ଡ ଅଧିନ ଜାରୀ ସଂରକ୍ଷିତ ଜଙ୍ଗଲରେ ଥିବା ରାଇରଙ୍ଗପୁର ରେଞ୍ଜର ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବାଇଶ ଟିକିଆ ହାତୀପଲ ର ଉପଦ୍ରବ ଜାରି ରହିଥିବା ବେଳେ ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ୧୪ ଟିକିଆ ହାତୀପଲ ରାଇରଙ୍ଗପୁର ରେଞ୍ଜ ଅଧୀନରେ ଥିବା କୁକୁଡିମୁଣ୍ଡି ଓ ସାନଝରି ଗ୍ରାମରେ ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିବା ସହିତ ପାଚିଲା ଧାନ କୁ ଖାଇ ଯାଇଛନ୍ତି। ତିନି ଚାରି ଦିନ ପୂର୍ବରୁ ଏହି ହାତୀପଲ ରେ ୧୦ ଟି ହାତୀ ଥିବାବେଳେ ଗତକାଲି ଆଉ ଚାରିଟି ହାତୀ ଉକ୍ତ ପଲରେ ମିଶି ରାଇରଙ୍ଗପୁର ବନଖଣ୍ଡ ଅଧିନରେ ଥିବା କିଛି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି। ତେବେ କୁକୁଡିମୁଣ୍ଡି ଓ ସାନଝରି ଗ୍ରାମରେ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିଥିବା ବେଳେ ରାଇରଙ୍ଗପୁର ବନବିଭାଗ ମଧ୍ୟ ହାତୀ ଘୋଉଡେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେପଟେ ଯେଉଁ ଲୋକଙ୍କ ଧାନ ଫସଲ ନଷ୍ଟ ହୋଇଛି ସେହି ଲୋକମାନଙ୍କୁ ବନବିଭାଗ ତରଫରୁ କ୍ଷତିପୂରଣ ରାଶି ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ରାଇରଙ୍ଗପୁର ରେଞ୍ଜର ସୂଚନା ଦେଇଛନ୍ତି। ହାତୀପଲ ଭୟରେ ସ୍ଥାନୀୟ ଲୋକେ ଆତଙ୍କିତ ଥିବାର ବେଳେ ୧୪ ଟିକିଆ ହାତୀପଲ ବର୍ତ୍ତମାନ ରାଇରଙ୍ଗପୁର ବନଖଣ୍ଡ ଅଧିନ ଜାରୀ ସଂରକ୍ଷିତ ଜଙ୍ଗଲରେ ଥିବା ରାଇରଙ୍ଗପୁର ରେଞ୍ଜର ସୂଚନା ଦେଇଛନ୍ତି।Body:XConclusion:X

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.