ETV Bharat / state

ଝାଡଖଣ୍ଡୀ ହାତୀଙ୍କ ଉତ୍ପାତ, ଏକର ଏକର ଫସଲ ନଷ୍ଟ - ମୟୂରଭଞ୍ଜରେ ହାତି ଉପଦ୍ରବ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଏବଂ ବେତନଟୀ ରେଞ୍ଜରେ ଉତ୍ପାତ ଜାରି ରଖିଛନ୍ତି ପ୍ରାୟ ୭୦ରୁ ଊର୍ଦ୍ଧ୍ବ ହାତୀ । ଏନେଇ ଚିନ୍ତାରେ ଚାଷୀ ।

ଝାରଖଣ୍ଡି ହାତୀଙ୍କ ଉତ୍ପାତ ଜାରି, ଏକର ଏକର ଫସଲ ନଷ୍ଟ
author img

By

Published : Oct 6, 2019, 11:59 AM IST

Updated : Oct 6, 2019, 3:22 PM IST

ବାରିପଦା: ଥମୁନି ହାତୀ ଉପଦ୍ରବ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀମାନେ ନାକେଦମ ହେଲେଣି । ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଆସିଥିବା ପ୍ରାୟ ୭୦ରୁ ଊର୍ଦ୍ଧ୍ବ ହାତୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଏବଂ ବେତନଟୀ ରେଞ୍ଜରେ ଉତ୍ପାତ ଜାରି ରଖିଛନ୍ତି । ଏନେଇ ଚିନ୍ତାରେ ଗ୍ରାମବାସୀ । ଗତ ଦୁଇ ମାସ ମଧ୍ୟରେ ଚାଷୀଙ୍କ ବହୁ ଫସଲ ନଷ୍ଟ କରିଛନ୍ତି ହାତୀ । ଏହାର କ୍ଷତିପୂରଣ ଆଶାରେ ଚାଷୀ ।

ଝାରଖଣ୍ଡି ହାତୀଙ୍କ ଉତ୍ପାତ ଜାରି, ଏକର ଏକର ଫସଲ ନଷ୍ଟ

ସୂଚନା ଅନୁସାରେ ହାତୀ ପାଇଁ ଉକ୍ତ ଅଞ୍ଚଳରେ ଘନ ଘନ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ରାତିରେ ଅନିଦ୍ରା ହୋଇ ହାତୀ ଘଉଡାଇବା କାର୍ଯ୍ୟରେ ରହୁଛନ୍ତି ଅଞ୍ଚଳବାସୀ । ଦିନବେଳା ହାତୀ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଚାଷ ଜମିରେ ପଶି ଦଳିଚକଟି ଦେଉଛି ଚାଷୀଙ୍କ ସୁନାର ଫସଲ । ଯେଉଁଥିପାଇଁ ଚିନ୍ତାରେ ଚାଷୀ । ମୟୂରଭଞ୍ଜ ଜିଲ୍ଲା ମୋରଡା, ରାସଗୋବିନ୍ଦପୁର, ଶୁଳିଆପଦା ବ୍ଲକ ଅଞ୍ଚଳରେ ଉଭୟ ଝାରଖଣ୍ଡି ଓ ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ଶହେରୁ ଊର୍ଦ୍ଧ୍ବ ହାତୀ ଏବେ ଚାଷୀଙ୍କ ଚାଷ ଜମିରେ ରାଜ କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ଦାବି କରିଛନ୍ତି ଚାଷୀ ।

ଗତ ଦୁଇ ମାସରୁ ଊର୍ଦ୍ଧ ହେବ ହାତୀଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଅଞ୍ଚଳବାସୀ । ସେପଟେ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ସ୍ବତନ୍ତ୍ର ଟିମ ନିୟୋଜିତ ହୋଇଥିବା କହିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ । ତେବେ ହାତୀ ଦ୍ବାରା କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଗତ ଦୁଇ ବର୍ଷ ହେବ ମିଳିନି କ୍ଷତିପୂରଣ । ଅନ୍ୟପକ୍ଷରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୁରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଝାରଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ପ୍ରାୟ ୭୦ ରୁ ଉର୍ଦ୍ଧ ହାତୀ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଏବଂ ବେତନଟୀ ରେଞ୍ଜରେ ଉତ୍ପାତ ଜାରିରଖିଛନ୍ତି , ହାତୀ ପାଇଁ ଏ ଅଞ୍ଚଳରେ ଘନ ଘନ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ରାତିରେ ଅନିଦ୍ରା ହୋଇ ହାତୀ ଘଉଡାଇବା କାର୍ଯ୍ୟରେ ରହୁଛନ୍ତି ଅଞ୍ଚଳବାସୀ - ଦିନବେଳା ହାତୀ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଚାଷ ଜମିରେ ପଶି ଦଳିଚକଟି ଦେଉଅଛି ଚାଷୀଙ୍କ ସୁନାର ଫସଲ , ଯାହାପାଇଁ ଚିନ୍ତାରେ ଚାଷୀ , ମୟୁରଭଞ୍ଜ ଜିଲ୍ଲା ମୋରଡା , ରାସଗୋବିନ୍ଦପୁର , ଶୁଳିଆପଦା ବ୍ଲକ ଅଂଚଳରେ ଉଭୟ ଝାରଖଣ୍ଡି ଓ ଶିମିଳିପାଳ ଅଭୟାରଣ୍ୟ ରୁ ଆସିଥିବା ଶହେରୁ ଉର୍ଦ୍ଧ ହାତୀ ଏବେ ଚାଷୀ ଙ୍କ ଚାଷ ଜମିରେ ରାଜ କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ଦାବି କରିଛନ୍ତି ଚାଷୀ
ବାଇଟ- ୧- ଏସ କେ ମୁସ୍ତାଫା - ଚାଷୀ
ବାଇଟ- ୨- ରାମଚନ୍ଦ୍ର ହାଁସଦା - ଚାଷୀ
ଗତ ଦୁଇ ମାସରୁ ଉର୍ଦ୍ଧ ହେବ ହାତୀ ଙ୍କ ଉତ୍ପାତ ରେ ଅତିଷ୍ଠ ହେଲେଣି ଅଞ୍ଚଳବାସୀ, ଉଭୟ ଝାରଖଣ୍ଡି ଓ ଶିମିଳିପାଳ ଅଭୟାରଣ୍ୟ ରୁ ଆସିଥିବା ହାତୀ ଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିଥିବା ବେଳେ ହାତୀ ଘରଦ୍ୱାର ଭାଙ୍ଗିବା ସହ ନେଉଛି ଜୀବନ - ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବା କହିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ - ତେବେ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଗତ ଦୁଇ ବର୍ଷ ହେବ ମିଳିନି କ୍ଷତିପୂରଣ- ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ କ୍ଷତିପୁରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ
ବାଇଟ- ୩- ସୟମ ମଲ୍ଲିକ- ବନଖଣ୍ଡ ଅଧିକାରୀ - ବାରିପଦା ବନଖଣ୍ଡ

2 ଟି ଫାଇଲ ରେ voice ସହ ଅଛି
File Name- od_mbj_elephantcropdamage_vis1_7203859
File Name- od_mbj_elephantcropdamage_vis2_7203859
ବାଇଟ ୩ ଟି ଓ ପି ଟି ସି ଗୋଟିଏ ଫାଇଲ ରେ ଅଛି
File Name- od_mbj_elephantcropdamage_bytes_7203859Conclusion:
Last Updated : Oct 6, 2019, 3:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.