ରାଇରଙ୍ଗପୁର: କିଛି ଦିନର ବିରତି ପରେ ମୟୂରଭଞ୍ଜକୁ ଫେରିଲା ହାତୀ ଆତଙ୍କ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଆତଙ୍କ ସୃଷ୍ଟି କରିଛନ୍ତି ଝାଡଖଣ୍ଡୀ ୨୨ ଟିକିଆ ହାତୀପଲ । ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଲୋକେ ଆତଙ୍କିତ ହୋଇ ରହିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଘରମାବେଡା ଆଖ ପାଖ ଗ୍ରାମରେ 22ଟିକିଆ ଝାଡଖଣ୍ଡୀ ହାତୀ ପସି ଆସିଥିଲେ । ଜଙ୍ଗଲ ନିକଟରେ ଥିବା ଧାନ ଫସଲ ଖାଇ ଯିବା ସହିତ ଦଳି ଚଟକି ନଷ୍ଟ କରିବା ବେଳେ ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି ।
ତେବେ ଗତକାଲିଠୁ ଜଙ୍ଗଲ ବିଭାଗର ଏ ଯାଏଁ ଦେଖାନାହିଁ । ଯାହାଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ସମୟରେ ବନବିଭାଗର ଅବହେଳା ସାମ୍ନାକୁ ଆସିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ