ETV Bharat / state

ମୟୂରଭଞ୍ଜରେ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ, ଭୟଭୀତ ସ୍ଥାନୀୟବାସୀ - କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ । ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଭୟରେ ଲୋକେ ଆତଙ୍କିତ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ, ଭୟଭୀତ ସ୍ଥାନୀୟବାସୀ

author img

By

Published : Jul 7, 2022, 7:19 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ । ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । କେତେବେଳେ ହାତୀପଲ ଧାନ ଚାଉଳ ଖାଇ ଦେଉଛନ୍ତି ତ ଆଉ କେତେବେଳେ ଘରଦ୍ୱାର ଭାଙ୍ଗି ଦେଉଛନ୍ତି, ପୁଣି କେତେବେଳେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି ।

ମୟୂରଭଞ୍ଜରେ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ, ଭୟଭୀତ ସ୍ଥାନୀୟବାସୀ

ଶତ ଚେଷ୍ଟା ପରେ ବି ଏହି ଝାଡ଼ଖଣ୍ଡି ହାତୀପଲଙ୍କୁ ଘଉଡାଇବାରେ ଅସମର୍ଥ ହୋଇପଡିଛି ବନବିଭାଗ । ଶୁକୃଳି ବ୍ଲକର ଲତଙ୍ଗା, କୁଜିଆମ ଓ ଧୁଳିପାଣି ଗାଁରେ ତିନୋଟି ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି ହାତୀପଲ । ତେବେ ବର୍ତ୍ତମାନ ଶୁକୃଳି ବ୍ଲକର ମନୋହରପୁର ଜଙ୍ଗଲରେ ୧୪ଟି ହାତୀ ଥିବାବେଳେ କୁଜିଆମ ଜଙ୍ଗଲରେ ୯ ଟି ହାତୀ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀପଲ ଦିନବେଳେ ଜଙ୍ଗଲରେ ରହୁଥିବାବେଳେ ସନ୍ଧ୍ୟା ହେଲେ ଗାଁକୁ ପଳେଇ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ଏନେଇ ୫୦ରୁ ଊର୍ଦ୍ଧ୍ବ ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ସେପଟେ ମାସକ ମଧ୍ୟରେ ହାତୀପଲ ୩୦ ଟି ଘର ଭାଙ୍ଗି ଥିବାବେଳେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଥିବା କରଞ୍ଜିଆ ଏସିଏଫ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.