ବାରିପଦା: ପୁଣି ଶିମିଳିପାଳରେ ହାତୀ ମୃତ୍ୟୁ । ଶିମିଳିପାଳର କୋର ଅଞ୍ଚଳରେ ଗୋଟିଏ ମାଈ ହାତୀ ଛୁଆର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ପୋଡାଡିହା ରେଞ୍ଜରେ । ପୋଡାଡିହା ରେଞ୍ଜ ମନଭଙ୍ଗା ବିଟ୍ ଅଧିନ ଶିମିଳିପାଳ ଜଙ୍ଗଲ ଭିତରେ ଗୋଟିଏ ମାଈହାତୀ ଛୁଆର ମୃତ୍ୟୁ ହୋଇଥିବା ବନବିଭାଗ ଖବର ପାଇଥିଲା ।
![ବିପଦରେ ଗଜାନନ !](https://etvbharatimages.akamaized.net/etvbharat/prod-images/img-20210512-wa0040jpg_12052021201710_1205f_1620830830_860.jpg)
ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହିତ ତାକୁ ଦାହ କରିଛି । ତେବେ ମୃତ ମାଈହାତୀ ଛୁଆଟି କିଛି ଦିନ ପୂର୍ବେ ମନଭଙ୍ଗା ବିଟ୍ ଅଂଚଳକୁ ଆସିଥିବା ହାତୀପଲରେ ରହିଥିଲା । ହେଲେ ସମସ୍ତ ହାତୀ ଚାଲି ଯାଇଥିବା ବେଳେ ଏହି ଛୁଆ ହାତୀଟି ବାଟ ଭୁଲିଯାଇ ଜଙ୍ଗଲରେ ଏକୁଟିଆ ରହିଯାଇଥିଲା ।
![ବିପଦରେ ଗଜାନନ !](https://etvbharatimages.akamaized.net/etvbharat/prod-images/img-20210512-wa0040jpg_12052021201710_1205f_1620830830_955.jpg)
ଦୀର୍ଘ ଦିନ ହେବ ଖାଦ୍ୟ ଅଭାବରୁ ସେ ଅସୁସ୍ଥ ହୋଇ ପଡିଥିଲା ଯାହାଫଳରେ ତାହାର ମୃତ୍ୟୁ ହୋଇଥିବା ବନବିଭାଗ କହିଛି । ମୃତ ମାଈହାତୀ ଛୁଆର ବୟସ ୪ ରୁ ୫ ହେବ ବୋଲି ଅନୁମାନ କରାଯାଉଛି । ତେବେ ଶିମିଳିପାଳରେ ଲଗାତାର ହାତୀ ମୃତ୍ୟୁ ହେବା ଘଟଣା ଶିମିଳିପାଳରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ