ETV Bharat / state

ବୃଦ୍ଧାଙ୍କୁ ଘରୁ ଘୋଷାଡି ନେଇ ଦଳିଦେଲେ ହାତୀପଲ

କରଞ୍ଜିଆ ବନଖଣ୍ଡ ଅଧିନରେ ଥିବା ଯଶିପୁର ଅଞ୍ଚଳରେ ହାତୀପଲଙ୍କ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ହାତୀପଲ ଘର ଭିତରେ ପଶି ଭଙ୍ଗାରୁଜା କରିବା ସହ ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି ।

author img

By

Published : Aug 7, 2019, 5:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ହାତୀ ଉପଦ୍ରବରେ ଜଣଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନରେ ଥିବା ଯଶିପୁର ଅଞ୍ଚଳରେ । ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ମଙ୍ଗଳବାର ହାତୀପଲ ରୁପା ଚାତାରଙ୍କ ଘରେ ପଶି ଘର ଭାଙ୍ଗିବା ସହ ଶୋଇଥିବା ଅବସ୍ଥାରେ ତାଙ୍କୁ ଘରୁ ଘୋଷାଡି ଆଣି ମାରିଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ତେବେ ଏହି ହାତୀପଲରେ 22ଟି ହାତୀ ଥିବାବେଳେ କରଞ୍ଜିଆ ବନଖଣ୍ଡର ଶୁକୃଳି, ରରୁଆଁ, ଓ ଯଶିପୁର ବ୍ଲକର ବିଭିନ୍ନ ସ୍ଥାନରେ ୩ ଦିନ ଧରି ତାଣ୍ଡବ ଚଳାଇ ୨୫ ରୁ ଅଧିକ ଘର ଭାଙ୍ଗିବା ସହ ଧାନ ଓ ପନିପରିବା ଫସଲ ନଷ୍ଟ କରୁଛନ୍ତି । ବନବିଭାଗ ହାତୀ ପଛେ ପଛେ ଥିଲେ ମଧ୍ୟ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.