ETV Bharat / state

ହାତୀ ଦାନ୍ତ ବିକ୍ରୟ ପାଇଁ ଚାଲିଥିଲା ଡିଲ, ମାଡି ବସିଲା ବନ ବିଭାଗ

ପୁଣି ମୟୂରଭଞ୍ଜରୁ ହାତୀ ଦାନ୍ତ ଜବତ କଲା ବନ ବିଭାଗ । 5 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

elephant ivory seized in mayurbhanj
elephant ivory seized in mayurbhanj
author img

By

Published : Jul 2, 2023, 2:06 PM IST

ରାଇରଙ୍ଗପୁର: ହାତୀ ଦାନ୍ତ ବିକ୍ରୟ ପାଇଁ ଚାଲିଥିଲା ଡିଲ । ମାଡି ବସିଲା ବନ ବିଭାଗ । 4 ଖଣ୍ଡ ହାତୀ ଦାନ୍ତ ଜବତ ସହ 5 ଜଣଙ୍କୁ ଗିରଫ ହୋଇଥିବା ସୂଚନା । କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ଜାମୁକେଶ୍ବର ଗାଁରେ ଚଢାଉ କରି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ସମସ୍ତ ଅଭିଯୁକ୍ତଙ୍କୁ ବାରିପଦା ଅଣାଯାଇ ଅଧିକ ପଚରାଉଚରା ଜାରି ରହିଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ ବନ ବିଭାଗ ତରଫରୁ ସ୍ପଷ୍ଟ କରାଯାଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ଜାମୁକେଶ୍ବର ଗାଁରେ ହାତୀ ଦାନ୍ତ ବିକ୍ରୀ ନେଇ ଡିଲ ଚାଲିଥିବା ଏକ ବିଶେଷ ସୁତ୍ରରୁ ବନ ବିଭାଗ ଖବର ପାଇଥିଲା । ଏହାପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଅତର୍କିତ ଭାବେ ଜାମୁକେଶ୍ବର ଗାଁରେ ଚଢାଉ କରାଯାଇଥିଲା । ବନବିଭାଗର ଏହି ଅତର୍କିତ ଚଢ଼ାଉରେ ୪ ଖଣ୍ଡ ହାତୀଦାନ୍ତ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ ବାରିପଦା ଅଣା ଯାଇ ଅଧିକ ପଚରାଉଚରା ଜାରି ରଖିଛି ବନବିଭାଗ ।

ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ କିଛି ହାତୀର ମୃତଦେହ ମିଳିଥିବା ବେଳେ ଶିକାରୀ ମାନେ ଦାନ୍ତ କାଟି ନେଇ ଯାଇ ପାଖାପାଖି ନିକଟସ୍ଥ ଅଞ୍ଚଳରେ ରଖି ଡିଲ୍ କରୁଥିବା ଅନୁମାନ କରୁଛି ବନବିଭାଗ । ଏହି ଘଟଣାରେ ଆଉ କେତେ ଜଣ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଆଜି ଭୋର 4ଟା ସମୟରେ ବନବିଭାଗ ଚଢ଼ାଉ କରିଥିବା ବେଳେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ହାତୀ ଦାନ୍ତ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ଜଣେ ଗିରଫ

ଗତ ଫେବୃଆରୀ ମାସରେ କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ମେଲାଣ ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିଲା ବନ ବିଭାଗ । ଏଥିରେ ଜଣଙ୍କୁ ଗିରଫ କରାଯାଇଥିଲା । ଘଟଗାଁ ଅନ୍ତର୍ଗତ ମେଲାଣ ଗ୍ରାମ ନିକଟବର୍ତ୍ତୀ ଏନ୍.ଏଚ୍ ୨୦ ରାସ୍ତା ଚାଲାଣକାରୀକୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତ ନେତ୍ରୁତ୍ବରେ ଘଟଗାଁ ବନ ବିଭାଗ ଏହି ଚଢ଼ାଉ କରିଥିଲା ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.