ETV Bharat / state

ପୁଣି କରଞ୍ଜିଆରେ ହାତୀ ଆତଙ୍କ, ଭାଙ୍ଗିଲେ 4ରୁ ଉର୍ଦ୍ଧ୍ବ ଘର - କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ

କରଞ୍ଜିଆ ବନଖଣ୍ଡରେ ପୁଣି ଦେଖାଦେଇଛି ହାତୀ ଆତଙ୍କ । ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନରେ ଥିବା ଦରୀ ଗ୍ରାମରେ ହାତୀ ପଲ ପଶି ଭାଙ୍ଗିଲେ 4ରୁ ଉର୍ଦ୍ଧ୍ବ ଘର  ।

ଡିଜାଇନ ଫଟୋ
author img

By

Published : Aug 25, 2019, 9:52 PM IST

ରାଇରଙ୍ଗପୁର: ଥମିବାର ନାଁ ଧରୁନି ହାତୀ ଉପଦ୍ରବ । କରଞ୍ଜିଆ ବନଖଣ୍ଡରେ ପୁଣି ଦେଖାଦେଇଛି ହାତୀ ଆତଙ୍କ । ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନରେ ଥିବା ଦରୀ ଗ୍ରାମରେ ହାତୀ ପଲ ପଶି ଭାଙ୍ଗିଲେ 4ରୁ ଉର୍ଦ୍ଧ୍ବ ଘର । ହାତୀ ପଲରେ 22 ଟି ହାତୀ ଥିବା ସୂଚନା । ହାତୀ ପଲକୁ ଘଉଡାଇବାରେ ବନବିଭାଗ ବିଫଳ ହେବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଥାଉକି, ବିଗତ 26 ଦିନରେ ହାତୀ ପଲ 40ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଛନ୍ତି । ଏହା ସହ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି । ତେବେ ପୁଣି ହାତୀଙ୍କର ଏପରି ଉପଦ୍ରବ ହେବାରୁ ବନଖଣ୍ଡବାସୀ ଭୟଭୀତ ହୋଇଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଥମିବାର ନାଁ ଧରୁନି ହାତୀ ଆତଙ୍କ। ତେବେ ଗତ ୨୬ ଦିନରେ ୪୦ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହିତ ହାତୀ ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିଛନ୍ତି ୨୨ଟି ହାତୀପଲ। ଏହି ସବୁ ଘଟଣା କୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ତେବେ ପୁଣି ଥରେ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଧୀନ ରେ ଥିବା ଦରୀ ଗ୍ରାମରେ ହାତୀ ଆତଙ୍କ ,୪ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇବା ସହିତ ଧାନ ଫସଲ ନଷ୍ଟ କଲେ ହାତୀ ପଲ । ହାତୀ ପଲରେ 22 ଟି ହାତୀ ରହିଥିବା ବେଳେ ବନବିଭାଗର ହାତୀ ଘଉଡେଇ ବାରେ ବିଫଳତା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ହାତୀପଲ ଦରୀ ଗ୍ରାମରେ ପୋଷି ତାଣ୍ଡବ ମୋଚାଇ ଥିଲେ। ଏତେ ସବୁ ଘଟଣା ପରେ ମଧ୍ୟ ବନବିଭାଗ ହାତୀ ଘଉଡାଇବା ପାଇଁ କୌଣସି ପ୍ରୟାସ ନ କରିବା ଘଟଣା ଏବେ ଲୋକଙ୍କ ମନରେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ହାତୀ ଆକ୍ରମଣ କରିବା ଭୟରେ ଲୋକେ ସନ୍ଧ୍ୟା ପରେ ନିରାପଦ ସ୍ଥାନକୁ ଯାଇ ଆଶ୍ରୟ ନେଉଥିବା ପରି ଅଭାବନୀୟ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଥିଲେ ବି ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ। ତେବେ ହାତୀ ଉପଦ୍ରବ ରୁ ଉପଖଣ୍ଡ ବାସୀଙ୍କୁ କେବେ ତ୍ରାହି ମିଳୁଛି ତାହା ଦେଖିବାକୁ ବାକି ରହିଲା।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.