ETV Bharat / state

କରଞ୍ଜିଆରେ ଥମୁନି ହାତୀ ଉପଦ୍ରବ, ଘର ଭାଙ୍ଗିବା ସହ କରୁଛନ୍ତି ଫସଲନଷ୍ଟ

author img

By

Published : Oct 30, 2022, 4:42 PM IST

କରଞ୍ଜିଆରେ ହାତୀ ଉପଦ୍ରବ । କରଞ୍ଜିଆ ବନଖଣ୍ଡରେ ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ । ଆଜି ପୁଣି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବଳା ଗାଁରେ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଅଧିକ ପଢନ୍ତୁ

କରଞ୍ଜିଆରେ ଥମୁନି ହାତୀ ଉପଦ୍ରବ
କରଞ୍ଜିଆରେ ଥମୁନି ହାତୀ ଉପଦ୍ରବ

ରାଇରଙ୍ଗପୁର : କରଞ୍ଜିଆରେ ହାତୀ ଉପଦ୍ରବ । କରଞ୍ଜିଆ ବନଖଣ୍ଡରେ ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ । ବିଭିନ୍ନ ସମୟରେ ହାତୀପଲ ଗାଁରେ ପଶି ବ୍ୟପକ ଫସଲ ନଷ୍ଟ କରୁଛନ୍ତି । ଆଜି ପୁଣି ହାତୀପଲ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

କରଞ୍ଜିଆରେ ଥମୁନି ହାତୀ ଉପଦ୍ରବ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ । କିଛି ମାସ ହେବ ୨୪ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଶୁକୃଳି, କରଞ୍ଜିଆ ଏବଂ ଯଶିପୁର ବ୍ଲକରେ ଉପଦ୍ରବ ଜାରି ରଖିଛନ୍ତି । ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଉତ୍ୟକ୍ତ ଲୋକମାନେ ମାସକ ମଧ୍ୟରେ ଦୁଇ ଦୁଇଥର ବନ ବିଭାଗ କର୍ମଚାରୀକୁ ଅଟକ ରଖିଥିଲେ । ୩ ମାସ ମଧ୍ୟରେ ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦେଇ ସାରିଲାଣି ବନ ବିଭାଗ । କିନ୍ତୁ ହାତୀ ଉପଦ୍ରବ ରୋକିବାରେ ସଫଳ ହୋଇ ପାରୁନି ବନବିଭାଗ ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ, ନବୀନଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

ଆଜି ପୁଣି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବଳା ଗାଁରେ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଘର ଭାଙ୍ଗିବା ଯୋଗୁଁ ଅନେକ ସାମଗ୍ରୀ ନଷ୍ଟ ହେଇଛି । ସେପଟେ ହାତୀପଲ ଏବେ ଅମଳ ହେବାକୁ ଥିବା ଧାନ ଫସଲ ଖାଇବା ସହିତ ଏକର ଏକର ଚାଷ ଜମି ଦଳି ଚକଟି ନଷ୍ଟ କରୁଛନ୍ତି । ହାତୀପଲ ଏବେ ଦରି ନିକଟରେ ଥିବା ପାଳ ଜଙ୍ଗଲରେ ଥିବାନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀ ଯେଉଁ ସ୍ଥାନରେ ରହୁଛନ୍ତି ତାର ଆଖପାଖ ଅଞ୍ଚଳରେ ବିଜୁଳି କାଟ ହେଉଛି । ହାତୀପଲ ଯେଉଁ ଗାଁ ପାଖ ଜଙ୍ଗଲରେ ରହୁଛନ୍ତି ସେ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତା ସହିତ ସନ୍ଧ୍ୟା ହୋଇଗଲେ ଲୋକଙ୍କ ମଧ୍ୟରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

କରଞ୍ଜିଆରେ ପୁଣି ହାତୀ ଉପଦ୍ରବ: କ୍ଷତିପୂରଣ ଦାବିରେ ୧୦ ବନ କର୍ମଚାରୀ ବନ୍ଧକ

ସୂଚନାଯୋଗ୍ୟ ଯେ, ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଅତିଷ୍ଠ ହୋଇଗଲେଣି ଗ୍ରାମବାସୀ । ହେଲେ କ୍ଷୟକ୍ଷତି ଅନୁସାରେ ଲୋକଙ୍କୁ କ୍ଷତିପୂରଣ ମିଳିପାରୁନାହିଁ । ସେପ୍ଟେମ୍ବର 21 ତାରିଖରେ କ୍ଷୟକ୍ଷତି ଦାବିନେଇ ଗ୍ରାମବାସୀ ୧୦ ଜଣ ବନ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଅନେକ ସମୟରେ ହାତୀପଲ ଜନବସତିକୁ ପଶି ଆସି ଫସଲ ନଷ୍ଟ କରିବା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.