ବାରିପଦା: ହାତୀ ଉପଦ୍ରବରେ ଅତିଷ୍ଠ ମୟୂରଭଞ୍ଜବାସୀ । ହାତୀ ଘରଦ୍ବାର ଭାଙ୍ଗିବା ପରେ ବାସହରା ହୋଇ ପୋଖରୀ ତୁଠରେ ପଲିଥିନ ଟାଣି ରହୁଛନ୍ତି ଲୋକେ । ରୋଷେଇ ପାଇଁ ବ୍ୟବହୃତ କଡେ଼ଇ, ହଣ୍ଡା, ରୋଷେଇ ସରଞ୍ଜାମ ଓ ଆସବାବପତ୍ରକୁ ମଧ୍ୟ ପୋଖରୀ ତୁଠରେ ରଖିଛନ୍ତି । କାରଣ ଘାରିଛି ହାତୀ ଭୟ ।
ରାସଗୋବିନ୍ଦପୁର ରେଞ୍ଜ ସାରୁମୂଳା ଗ୍ରାମପଞ୍ଚାୟତର ଧାନଷୋଳ ଗାଁ ପିଥସାହିରେ ମୋଟ 22ଟି ଘର ମଧ୍ୟରୁ ଗତ 4 ଦିନ ଭିତରେ 19ଟି ଘର ଭାଙ୍ଗି ମାଟିରେ ମିଶାଇଛନ୍ତି ହାତୀପଲ । ଶିମିଳିପାଳ ଅଭୟାରଣ୍ୟରୁ ପ୍ରାୟ 6 ମାସରୁ ଊର୍ଦ୍ଧ୍ବ ହେବ 12ଟି ହାତୀ ଆସି ଉପଦ୍ରବ ଚଳାଇଛନ୍ତି ।
ପ୍ରଶାସନ ପକ୍ଷରୁ ଗତ ରବିବାରଠୁ ଆଗାମୀ ବୁଧବାର ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ବହୁ ଦୁଃଖ ଦୁର୍ଦ୍ଦଶାରେ ଗ୍ରାମବାସୀ ରହୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଶାସନ କଛି ବ୍ୟବସ୍ଥା କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏହି ବିଷୟରେ ଗ୍ରାମବାସୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା, ଶୁଣନ୍ତୁ...
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ