ETV Bharat / state

କରଞ୍ଜିଆ ବନଖଣ୍ଡରେ ୩୪ ଟିକିଆ ହାତୀପଲର ଆତଙ୍କ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ - ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ। ଘରଦ୍ବାର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ । ଆତଙ୍କିତ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ
କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ
author img

By

Published : Jul 9, 2023, 4:17 PM IST

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ

ରାଇରଙ୍ଗପୁର: ଗାଁରେ ପଶିଲେ ହାତୀପଲ । ଭାଙ୍ଗିଲେ ଘର, ନଷ୍ଟ କଲେ ଫଲସ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ । ସୂଚନା ଅନୁସାରେ କରଞ୍ଜିଆ ବନଖଣ୍ଡର ଦୁଇଟି ରେଞ୍ଜ ଅଞ୍ଚଳରେ ଅଛନ୍ତି ୩୪ଟି ହାତୀ । ସେଥି ମଧ୍ୟରୁ ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଥିବା ବେଳେ ସାତକୋଶିଆ ରେଞ୍ଜ ଅଞ୍ଚଳରେ ୧୧ ଟିକିଆ ହାତୀପଲ ଆତଙ୍କ ରଚୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତକାଲି (ଶନିବାର) ବିଳମ୍ବିତ ରାତିରେ ସାତକୋଶିଆ ରେଞ୍ଜରେ ଗୋଠରୁ ଅଲଗା ହୋଇଥିବା ଦନ୍ତାହାତୀଟି ଗୋଡଭଙ୍ଗା ଗାଁରେ ପଶି ଗୋଟିଏ ଘର ଭାଙ୍ଗିଥିଲା । ଏହାସହ ଦୁଧିଆଣି ରେଞ୍ଜ୍‌ର ବିଭିନ୍ନ ସ୍ଥାନରେ ୩ଟି ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ ।

ଏହା ବି ପଢ଼ନ୍ତୁ: ହାତୀ ଉପଦ୍ରବ, ଶୌଚ ପାଇଁ ଯାଇଥିଲେ କଚାଡି ମାରିଲା ଦନ୍ତା

ଏହି ହାତୀପଲ ଯୋଗୁଁ ୪୦ରୁ ଊର୍ଦ୍ଧ୍ବ ଗାଁରେ ଲାଗି ରହିଛି ହାତୀ ଆତଙ୍କ । ଦିନ ବେଳା ହାତୀପଲ ଜଙ୍ଗଲ ଭିତରକୁ ପଳେଇ ଯାଉଥିବା ବେଳେ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ହାତୀ ଦାଉରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟା ହେଲେ ଗାଁ ଲୋକେ ନିଆଁ ଜଳାଇ ହାତୀ କବଳରୁ ନିଜକୁ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ତା ସହିତ ହାତୀପଲ ଯେଉଁ ସ୍ଥାନରେ ରହିଛି ସେ ସ୍ଥାନରେ ଲୋକମାନେ ରାତିରେ ନଶୋଇ ଘର ଜଗି ରହୁଛନ୍ତି । କିଛି ଦିନ ହେବ ଦୁଧିଆଣି ରେଞ୍ଜ ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀପଲ ଘର ଭାଙ୍ଗୁ ଥିବା ସୂଚନା ମିଳିଛି । ହାତୀପଲ କେଉଁଠି ଘର ଭାଙ୍ଗି ଦେଉଛନ୍ତି ତ କେଉଁଠି ଘର ଭାଙ୍ଗି ଘରେ ପଶି ଧାନ ଚାଉଳ ଖାଇ ଦେଉଛନ୍ତି । ଆଉ ହାତୀ ହାବୁଡରେ ପଡି ଆକ୍ରମଣରେ ଗୁରୁତର ଓ ପ୍ରାଣ ହରାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି ।

ସେପଟେ ବନବିଭାଗ ମଧ୍ୟ ହାତୀ ଘଉଡ଼ାଇବାକୁ ସମସ୍ତ ପ୍ରୟାସ ଜାରି ରଖିଛି । ସନ୍ଧ୍ୟା ପରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଉଛି । କୌଣସି ଗ୍ରାମ ପାଖାପାଖି ହାତୀ ଥିବା ନଜର ଆସିଲେ ହାତୀମାନଙ୍କୁ ସେଠାରୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ବନ କର୍ମଚାରୀମାନେ ନିୟୋଜିତ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.