ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ୬୧ ନମ୍ବର ରାଜ୍ୟ ରାଜପଥରେ ଝାଡଖଣ୍ଡି ହାତୀର ରାଜ। ଗଜରାଜକୁ ରାଜରାସ୍ତାରେ ଦେଖି ଲୋକେ ଭୟଭୀତ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ଅମରଦା-ବାରିପଦା ମୁଖ୍ୟ ରାସ୍ତାରେ ଝାଡ଼ଖଣ୍ଡୀ ଦନ୍ତା ହାତୀ ଯାଉଥିବା ଦେଖି ଲୋକମାନେ ଭୟଭୀତ ହୋଇପଡିଛନ୍ତି । ହଠାତ ରାସ୍ତାରେ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ପାଖାପାଖି ୩ କିମି ମୁଖ୍ୟ ରାସ୍ତାରେ ଚାଲି ଚାଲିଯିବା ପରେ ଝାଡଖଣ୍ଡି ହାତୀ ସାରମୁଳା ଜଙ୍ଗଲକୁ ପ୍ରବେଶ କଲା ହାତୀ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ରାସ୍ତା ଯାଉଥିବା ଲୋକମାନେ ଦନ୍ତାହାତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସବୁଠୁ ବଡ କଥା ହେଲା ମୁଖ୍ୟ ରାସ୍ତାରେ ଦନ୍ତାହାତୀ ଯାଉଥିବା ଖବର ବନବିଭାଗ କେମିତି ପାଇନଥିଲା । ତେବେ ସୂଚନା ଅନୁଯାୟୀ ଝାଡଖଣ୍ଡି ହାତୀ ୫ ରୁ ୬ ଦିନ ହେବ ସାରମୁଳା ଜଙ୍ଗଲରେ ରହିଥିବା ଜଣାପଡିଛି । ଝାରଖଣ୍ଡି ହାତୀକୁ ଘଉଡ଼ାଇ ବା ପାଇଁ ଅଞ୍ଚଳବାସୀ ବନବିଭାଗ କୁ ଦାବି କରିଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ