ETV Bharat / state

ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ, ଦୁଇ ଗୁରୁତର

author img

By

Published : Oct 20, 2020, 2:17 PM IST

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ପଳାଶମୁଣ୍ଡଳୀ ଗାଁରେ ହାତୀ ଆକ୍ରମଣ ଯୋଗୁଁ ମଙ୍ଗଳବାର ଜଣେ 65 ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଏଥିରେ ଆଉ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ, ଦୁଇ ଗୁରୁତର
ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ, ଦୁଇ ଗୁରୁତର

ମୟୂରଭଞ୍ଜ: ରାଜ୍ୟରେ ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ପଳାଶମୁଣ୍ଡଳୀ ଗାଁରେ ହାତୀ ଆକ୍ରମଣ ଯୋଗୁଁ ମଙ୍ଗଳବାର ଜଣେ 65 ବର୍ଷୀୟ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି । ମୃତକ ହେଉଛନ୍ତି ସୁଭଦ୍ରା ରଣା ।

ସୂଚନା ଅନୁଯାୟୀ, ସୁଭଦ୍ରା ସକାଳୁ ଫୁଲ ଗଛରୁ ଫୁଲ ତୋଳୁଥିବା ବେଳେ ହଠାତ୍ ପଛପଟୁ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ହାତୀଟି ପଳାଶମୁଣ୍ଡଳୀ ଗାଁ ଦେଇ ପଶ୍ଚିମଗଡ଼ ଆଡକୁ ଯାଉଥିବା ବେଳେ ଟୁକୁପଳାସିଆ ଗାଁର ଇନ୍ଦ୍ରଜିତ ମହାନ୍ତ ଓ ମଇତାନି ମହାନ୍ତି ନାମକ ଆଉ ଦୁଇ ଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଚିକିତ୍ସା ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୟୂରଭଞ୍ଜର ରାସଗୋବିନ୍ଦପୁର ରେଞ୍ଜରେ ଦୀର୍ଘ ଦିନ ଧରି ଜଙ୍ଗଲୀ ହାତୀ ତାଣ୍ଡବଲୀଳା କରୁଥିବା ବେଳେ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ବିଫଳ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.