ETV Bharat / state

କଚାଡି ମାରି ମନ ବୁଝିଲାନି, ପୁଣି ମୃତଦେହକୁ ଦଳିଦେଲା ଦନ୍ତା - ମୟୂରଭଞ୍ଜରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଛାତନା ପଞ୍ଚାୟତରେ ଉଗ୍ର ହେଲା ଦନ୍ତା । ସକାଳେ ବୃଦ୍ଧାଙ୍କୁ ମାରିଲେ ସନ୍ଧ୍ୟାରେ ଶ୍ମଶାନରେ ମୃତଦେହକୁ ଚକଟି ଦେଲା । ଅଧିକ ପଢ଼ନ୍ତୁ

ଉଗ୍ର ଦନ୍ତା: ସକାଳେ ବୃଦ୍ଧଙ୍କୁ କଚାଡ଼ି ମାରିଲା, ସନ୍ଧ୍ୟାରେ ମୃତଦେହକୁ ଚକଟି ଦେଲା

author img

By

Published : Jun 16, 2022, 2:51 PM IST

ବାରିପଦା: ଛାତନା ପଞ୍ଚାୟତରେ ଉଗ୍ର ହେଲା ଦନ୍ତା । ସକାଳେ ବୃଦ୍ଧାଙ୍କୁ ମାରିଲା ସନ୍ଧ୍ୟାରେ ଶ୍ମଶାନରେ ମୃତଦେହକୁ ଚକଟି ଦେଲା । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଛାତନା ପଞ୍ଚାୟତରେ ଦନ୍ତା ଆତଙ୍କରେ ଭୟଭୀତ ହୋଇ ରହିଛନ୍ତି ଲୋକେ । ବୁଧବାର ଏଠାରେ ଦନ୍ତାର ଉଗ୍ରରୂପ ଦେଖିବାକୁ ମିଳିଥିଲା । ରାୟପାଳ ଗ୍ରାମର ଚାମ୍ବରୁ ମୁର୍ମୁଙ୍କ ପତ୍ନୀ ମାୟା ମୁର୍ମୁ ଅଚାନକ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ଦନ୍ତା ତାଙ୍କୁ କଚାଡ଼ି ଗୁରୁତର ହୋଇ ପଡ଼ିଥିଲେ ମାୟା ।

ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ଆଣି ଗ୍ରାମର ଶ୍ମଶାନକୁ ଅଣା ଯାଇଥିବା ବେଳେ ପୁଣି ଦନ୍ତା ଫେରି ମାୟାଙ୍କ ମୃତଦେହକୁ ଚକଟି ଦେଇଥିଲା । ଦନ୍ତା ଆକ୍ରମଣରେ ଭୟଭୀତ ହୋଇ କିଏ ଗଛରେ ତ କିଏ କୁକୁଡ଼ା ଘରେ ଆତ୍ମରକ୍ଷା କରିଥିଲେ । ବନବିଭାଗ ହାତୀ ସମ୍ମୁଖରେ ଅସହାୟ ହୋଇପଡିଥିବା ଦେଖିବାକୁ ମିଳିଛି ।

ଉଗ୍ର ଦନ୍ତା: ସକାଳେ ବୃଦ୍ଧଙ୍କୁ କଚାଡ଼ି ମାରିଲା, ସନ୍ଧ୍ୟାରେ ମୃତଦେହକୁ ଚକଟି ଦେଲା

ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ହାତୀର ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଘର, ଗୁହାଳ ଉପରେ ଆକ୍ରମଣ କରି ହାତୀ ପଲ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଛନ୍ତି । ଫଳରେ କ୍ଷୟକ୍ଷତି ସହିବା ସହ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି । ବନବିଭାଗ ହାତୀ ସମ୍ମୁଖରେ ଅସହାୟ ହୋଇପଡିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.