ETV Bharat / state

ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

author img

By

Published : Aug 3, 2020, 12:09 PM IST

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି । ବ୍ୟାପକ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗିଛନ୍ତି ହାତୀ । ଯାହାକୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ । ଅଧିକ ପଢ଼ନ୍ତୁ...

elephant attack, 2 villages of karanjia forest area,  କରଞ୍ଜିଆ ବନଖଣ୍ଡ ଅଞ୍ଚଳ, ହାତୀ ଉପଦ୍ରବ, ଭାଙ୍ଗିଲେ ଘର ନଷ୍ଟ କଲେ ଫସଲ, ରାଇରଙ୍ଗପୁର, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ
ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ଆତଙ୍କ। କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ୧୫ ଦିନ ମଧ୍ୟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହିତ ୨୦ରୁ ଅଧିକ ଘର ଭାଙ୍ଗି ସାରିଲେଣି । ତେବେ ରବିବାର ରାତିରେ ମଧ୍ୟରେ ହାତି ପଲ ପୁଣି କରିଛନ୍ତି ଉପଦ୍ରବ ।

ରବିବାର ବିଳମ୍ବିତ ରାତିରେ ୨୧ ଟିକିଆ ହାତୀପଲ ମଧ୍ୟରୁ ଏକ ଚାରିଟି ହାତୀ ବୋଳା ଏବଂ କୁଆଁରିଆପୋଲି ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଜନୈକ ବିଧବା ମହିଳା ଆରତୀ ନାଏକଙ୍କ ଦୁଇଟି ଘର ଭାଙ୍ଗିଛନ୍ତି । ଏହାସହ ତନୁ ଦେହୁରୀଙ୍କ ଘରଭାଙ୍ଗି ଘରେଥିବା ଧାନ ଚାଉଳ ସବୁ ଖାଇ ଯାଇଥିବା ସୂଚନା ମିଳିଛି । ସେପଟେ ଆରତୀ ଓ ତନୁ ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଅଞ୍ଚଳରେ ଦିନକୁ ଦିନ ହାତୀ ଆକ୍ରମଣ ବୃଦ୍ଧି ପାଉଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ବାରମ୍ବାର ହାତୀଙ୍କ ଆକ୍ରମଣ ଯୋଗୁଁ ଅନେକ କ୍ଷତି ସହୁଥିବା ଗ୍ରାମବାସୀ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହାତୀଙ୍କୁ ଘଉଡେଇବା ପାଇଁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.