ETV Bharat / state

ରାଇରଙ୍ଗପୁରରେ ନିର୍ବାଚନୀ ହିଂସା, ପୋଲିସର ତଦନ୍ତ ଜାରି

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଂସା। ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକରେ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ରାଜନୈତିକ ହିଂସାକାଣ୍ଡ । ଅଧିକ ପଢନ୍ତୁ

author img

By

Published : Feb 21, 2022, 10:46 PM IST

ରାଇରଙ୍ଗପୁରରେ ନିର୍ବାଚନୀ ହିଂସା, ପୋଲିସର ତଦନ୍ତ ଜାରି
ରାଇରଙ୍ଗପୁରରେ ନିର୍ବାଚନୀ ହିଂସା, ପୋଲିସର ତଦନ୍ତ ଜାରି

ରାଇରଙ୍ଗପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଂସା। ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକରେ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ରାଜନୈତିକ ହିଂସାକାଣ୍ଡ ।

ଘଟଣା ଘଟିଛି ରରୁଆଁ ବ୍ଲକ ଅନ୍ତର୍ଗତ କନିକା ଗାଁରେ । ନରେଶ ଚନ୍ଦ୍ର ବେହେରା ଅଭିଯୋଗ କରିଛନ୍ତି ଯେ ଆସନ୍ତାକାଲି ନିର୍ବାଚନ ଥିବାରୁ ପ୍ରଶାନ୍ତ କୁମାର ମହାନ୍ତ ନିର୍ବାଚନ ପାଇଁ ଟଙ୍କା ବାଣ୍ଟୁଥିଲେ ।

ଏହାକୁ ବିରୋଧ କରିବାରୁ ଦୁଇ ଜଣ ମୁହାଁମୁହିଁ ହୋଇଛନ୍ତି । ଫଳରେ ପ୍ରଶାନ୍ତ କୁମାର ମହାନ୍ତ ଗୁରୁତର ଅବସ୍ଥାରେ ରରୁଆଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନରେଶ ବେହେରା ମଧ୍ୟ ଆହତ ହୋଇ ରରୁଆଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରଶାନ୍ତ କୁମାର ମହାନ୍ତ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଦେଖିବାକୁ ଯାଇଥିବା ବେଳେ ଆକ୍ରମଣ କରିଛନ୍ତି ଏବଂ ସେ କୌଣସି ଟଙ୍କା ବାଣ୍ଟି ନାହାନ୍ତି ବୋଲି କହିଛନ୍ତି । ତେବେ ଦୁଇ ପକ୍ଷରୁ ଏତଲା ପାଇବା ପରେ ଏହି ଘଟଣାକୁ ରରୁଆ ଥାନା ପୋଲିସ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.