ETV Bharat / state

ଅପହରଣ ମାମଲାର ଖୋଳତାଡରୁ ସାମ୍ନାକୁ ଆସିଲା ଜାଲି ନୋଟ ଘଟଣା, 7 ଗିରଫ - ଜାଲ ନୋଟ୍ କାରବାରରେ ୪ଜଣ ଗିରଫ

ମୟୂରଭଞ୍ଜରେ ଜାଲ ନୋଟ ରାକେଟ ସକ୍ରିୟ । ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଜାଲ ନୋଟ କାରବାର ଘଟଣା । ନକଲି ନୋଟ ଜବତ ସହ ଜାଲ ନୋଟ୍ କାରବାରରେ ୪ଜଣ ଓ ଅପହରଣ ମାମଲାରେ ୩ ଜଣ ଗିରଫ । ଅଧିକ ପଢ଼ନ୍ତୁ

ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଜାଲ ନୋଟ କାରବାର ଘଟଣା

author img

By

Published : Apr 8, 2023, 9:32 PM IST

ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଜାଲ ନୋଟ କାରବାର ଘଟଣା

ରାଇରଙ୍ଗପୁର: ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଅପହରଣ ମାମଲାର ଖୋଳତାଡ ସମୟରେ ସାମ୍ନାକୁ ଆସିଲା ଜାଲି ନୋଟ କାରବାର ଘଟଣା । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ । ମୟୂରଭଞ୍ଜରେ ଜାଲି ନୋଟ ରାକେଟ ସକ୍ରିୟ ହେବାକୁ ଲାଗୁଥିବା ବେଳେ ଏନେଇ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଜାଲି ନୋଟ କାରବାର ଘଟଣା।

ସୂଚନାନୁଯାୟୀ, ଶିମିଳିପାଳ ପାହାଡ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଲୋଭ ଦେଖାଇ ଏକ ଜାଲ ନୋଟ କାରବାର ରାକେଟ ଦୀର୍ଘ ଦିନ ଧରି ଚାଲି ଆସୁଥିଲା । ରାକେଟର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ରଞ୍ଜିତା ନିଜକୁ ଭୁବନେଶ୍ୱର ଅଞ୍ଚଳର ପରିଚୟ ଦେଇ ଲୋକମାନଙ୍କୁ ଠକି ଆସୁଥିଲେ । ନୋଟ ଛପା ମେସିନ ବ୍ୟବହାର କରି ଲୋକଙ୍କୁ ୮ଦିନରେ ତିନିଗୁଣା ଟଙ୍କା ଦେବାର ଲୋଭ ଦେଖାଇ ତାଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ମାରୁଥିଲେ । ବିଭିନ୍ନ ସ୍ଥାନରେ ଏଜେଣ୍ଟ ମାଧ୍ୟମରେ ଏହି କାରବାରକୁ ସୁରୁଖୁରୁରେ ଚଳାଇବା ଆରମ୍ଭ କରିଥିଲେ ।

ତେବେ ଅଭିଯୁକ୍ତ ରଞ୍ଜିତା ବେହେରା ଅବସରପ୍ରାପ୍ତ ମହାଦେବ ସିଂଙ୍କୁ 7 ଦିନରେ ଟଙ୍କା ଡବଲ ନେଇ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ନେଇଥିଲେ । ହେଲେ 7 ଦିନ ପରେ ମଧ୍ୟ ତାଙ୍କ ଟଙ୍କା ତାଙ୍କୁ ଫେରାଇ ନଥିଲେ । ଯାହାପରେ ଗତ ଏପ୍ରିଲ ୧ତାରିଖରେ କିଛି ଲୋକ ଏକ ସ୍କର୍ପିଓରେ ଆସି କାଗଜ ପେଟିରେ ସିଲ ଥିବା ୧୦ଲକ୍ଷ ଟଙ୍କା ଦେଇ ଫେରାର ହୋଇ ଯାଇଥିଲେ । ପେଟି ଭିତରେ ବିସ୍କୁଟ ପ୍ୟାକେଟ ଓ ଖାଲି କାଗଜ ଗୁଡିକ ରଖାଯାଇଥିବା ଦେଖିବାକୁ ପାଇଥିଲେ । ଠକାମୀର ଶିକାର ହେବା ଜାଣିବା ପରେ ମହାଦେବ ଏକ ବୋଲେରୋ ଗାଡିରେ କିଛି ଯୁବକଙ୍କୁ ଆଣି ଠକ ସଂସ୍ଥାର ଏଜେଣ୍ଟ ଗଜେନ୍ଦ୍ର ବେହେରାଙ୍କୁ ୭ ଏପ୍ରିଲରେ ଅପହରଣ କରି ନେଇଥିଲେ । ଅପହରଣକାରୀମାନେ ଫୋନ ଯୋଗେ ଗଜେନ୍ଦ୍ରର ବାପା ଲୁଟାକୁ ୩ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡିବେ ବୋଲି କହିଥିଲେ । ଏହାକୁ ନେଇ ବାପା ଲୁଟା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ରଙ୍ଗାମାଟିଆ ହାଟ ପାଖ କ୍ଳବ ଘରୁ ତାକୁ ଉଦ୍ଧାର କରିଥିଲେ । ସିସିଟିଭି ଫୁଟେଜକୁ ଆଧାର କରି ବାରିପଦା ଟାଉନ ଥାନା ତୁଳସୀଚଉରା ଅଞ୍ଚଳର ବୋଲେରୋ ଗାଡିକୁ ଠାବ କରିବା ପରେ ଘଟଣାର ରହସ୍ୟ ପଦାକୁ ଆସିଥିଲା । ତେବେ ଠକାମୀର ଶିକାର ହୋଇଥିବା ମହାଦେବ ସିଂଙ୍କ ଅଭିଯୋଗ କ୍ରମେ ପୋଲିସ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଜାଲ ନୋଟ କାରବାରରେ ଜଡିତ ଥିବା ୪ ଜଣ ଅଭିଯୁକ୍ତ ଓ ଏହି ମାମଲାକୁ ନେଇ ଅପହରଣ କରିବା ଅଭିଯୋଗରେ ୩ ଅଭିଯୁକ୍ତକୁ ମିଶାଇ ୭ଜଣଙ୍କୁ ସଦର ଥାନା ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଜାଲ ନୋଟ କାରବାରକୁ ନେଇ ପୋଲିସ ଲୁଟା ବେହେରା, ଗଜେନ୍ଦ୍ର ବେହେରା, ଶୁକୁରାମ ସିଂ,ରଞ୍ଜିତା ବେହେରା । ସେହିପରି ଅପହରଣ ମାମଲାରେ ପୋଲିସ ଶ୍ୟାମା ଖୁଣ୍ଟା, ମହାଦେବ ସିଂ, ଶ୍ୟାମ ବିନ୍ଧାଣୀ ଏବଂ ସାନଶୋଳ ଗ୍ରାମର ଠାକୁରା ସିଂଙ୍କୁ ଗିରଫ କରିଛି । ଏହା ସହିତ ଉଭୟ ମାମଲରେ ଗୋଟିଏ ସ୍କର୍ପିଓ, ଗୋଟିଏ ବୋଲେରୋ, ଏକ ବାଇକ ଓ ତିନୋଟି ମୋବାଇଲ ସମେତ ତିନି ବିଡା ନକଲି ନୋଟ ବିଡାକୁ ଜବତ କରାଯାଇଛି । କିନ୍ତୁ ଜାଲ ନୋଟ୍ କାରବାରର ଅନ୍ୟ ଏକ ଅଭିଯୁକ୍ତ ସଞ୍ଜୟ ବେହେରା ଫେରାର ଥିବା ସୂଚନା ଦେଇଛି ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.