ETV Bharat / state

ନକଲି ସୋରିଷ ତେଲ କାରଖାନା ଠାବ, ମାଲିକ ଅଟକ - ମୟୂରଭଞ୍ଜ ଖବର

ଉଦଳାରୁ ନକଲି ସୋରିଷ ତେଲ କାରଖାନା ଠାବ । ଦୀର୍ଘ ଦିନ ଧରି ଏହି କାରଖାନା ଚଳାଉଥିବା ମାଲିକ ଏବେ ପୋଲିସ ପଞ୍ଝାରେ । ବର୍ତ୍ତମାନ ପରିସ୍ଥିତିରେ କାରଖାନାକୁ ସମ୍ପୂର୍ଣ୍ଣ ସିଲ୍ କରି ତଦନ୍ତ ଚଳାଇଛି ପୋଲିସ୍ । ଅଧିକ ଖବର ପଢନ୍ତୁ...

ଉଦଳାରେ ନକଲି ସୋରିଷ ତେଲ କାରଖାନା ଠାବ,ମାଲିକ ଅଟକ
author img

By

Published : Nov 9, 2019, 12:04 AM IST

ବାରିପଦା: ମୟୂରଭଞ୍ଜ ଉଦଳାରେ ଠାବ ହୋଇଛି ନକଲି ତେଲ କାରଖାନା । ସ୍ଥାନୀୟ ଏନଏସି ୧ ୨ ନଂ ୱାର୍ଡରେ ଚାଲିଥିବା ଏହି ନକଲି ସୋରିଷ ତେଲ କାରଖାନାକୁ ବର୍ତ୍ତମାନ ସିଲ କରିଛି ଉଦଳା ପୋଲିସ୍ ।

ଉଦଳାରେ ନକଲି ସୋରିଷ ତେଲ କାରଖାନା ଠାବ,ମାଲିକ ଅଟକ

ବିଶେଷସୂତ୍ରରୁ ଖବର ପାଇବା ପରେ ମୟୁରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଉଦଳା ପୋଲିସ୍‌ ଏହି ଚଢାଉ କରିଥିଲା । କାରଖାନାର ମାଲିକ ଗୌରାଙ୍ଗଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସେରଗଡରୁ ରାଇସ୍ ଅଏଲ ଆଣି ପ୍ୟାକିଂ ସହ ବିକ୍ରୀ କରିବାକୁ ତାଙ୍କୁ ଅନୁମତି ମିଳିଥିବା କାରଖାନା ମାଲିକ କହୁଛନ୍ତି । ହେଲେ କାରଖାନା ମାଲିକ ଗୌରାଙ୍ଗ ରାଇସ୍ ଅଏଲକୁ ଆଣି ସେଥିରେ ଅପମିଶ୍ରଣ ସହ ସୋରିଷ ତେଲକୁ ଏକ ବ୍ରାଣ୍ଡ ନାମରେ ବଜାରକୁ ଛାଡୁଥିଲେ ।

ଏହି ସୋରିଷ ତେଲକୁ ରଙ୍ଗ କରିବା ପାଇଁ ଏକ ବିଶେଷ ସାମଗ୍ରୀର ବ୍ୟବହାର କରାଯାଉଥିଲା । ଯାହାକି ତେଲର ରଙ୍ଗକୁ ଅଧିକ ଲାଲ୍ କରୁଥିଲା । ଏହି ଚଢାଉ ସମୟରେ ପୋଲିସ୍ ପାଖାପାଖି ୫ ହଜାର ଲିଟର ତେଲ ଜବତ କରାଯାଇଛି ।

ସବୁଠାରୁ ବଡ କଥା ହେଲା,ଏହି ନକଲି ତେଲକୁ ବିକ୍ରୀ ପାଇଁ କାରଖାନା ମାଲିକ ଜଣକ ଉଦଳା ବଜାରକୁ ଛାଡିବା ପରିବର୍ତ୍ତେ ଉପାନ୍ତ ଅଞ୍ଚଳକୁ ପଠାଉଥିବା କହିଛନ୍ତି । ବିଶେଷକରି ଶରତ ଏବଂ ବାଲେଶ୍ବର ଜିଲ୍ଲା ସଜନାଗଡ ଅଞ୍ଚଳରେ ଏହି ତେଲ ବିକ୍ରୀ କରାଯାଉଥିଲା । ଏହି ଚଢାଉ ସମୟରେ ତେଲ ସମେତ ଖାଲି ବୋତଲ, ଠିପି, ତେଲରେ ମିଶୁଥିବା ସାମଗ୍ରୀକୁ ପୋଲିସ ଜବତ କରିଛି ।

ତେବେ ଥାନା ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଆଜକୁ ଚାରିମାସ ହେବ ଏହି ନକଲି କାରଖାନା ଚାଲିଥିଲେ ସୁଦ୍ଧା ସ୍ଥାନୀୟ ପୋଲିସ୍ କିମ୍ବା ଖାଉଟି ବିଭାଗ ଏହାର ଖବର ପାଇ ପାରିନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ତେଲ କାରଖାନା ସିଲ କରିବା ସହ ଅଧିକ ତଦନ୍ତ ଜାରିରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ରାଇସ୍ ଅଏଲରେ ଅପମିଶ୍ରଣ କରି ତାହାକୁ ସୋରିଷ ତେଲରେ ପରିଣତ କରୁଥିଲେ ଏବଂ ବଜାରରେ ବିକ୍ରି ନ କରି ଉପାନ୍ତ ଅଂଚଳରେ ଏହି ତେଲକୁ ବିକ୍ରୀ କରୁଥିଲେ । ଶେଷରେ ଧରାପଡିଗଲେ ମାଲିକ ଆଉ କାରଖାନାକୁ ସିଲ୍ କଲା ପୋଲିସ୍ ।

Body:ବାହାର ଜିଲ୍ଲାର ରାଇସ୍ ଅଏଲ ଆଣିବା ସହିତ ରାଇସ୍ ଅଏଲ ବିକ୍ରୀ କରିବାର ଅନୁମତି ପାଇ ଥିବା ସେ କହୁଛନ୍ତି । ହେଲେ ରାଇସ ଅଏଲରେ ଅପମିଶ୍ରଣ କରି ନକଲି ସୋରିଷ ତେଲ ବଜାରରେ ବିକ୍ରୀ କରୁଥିଲେ । ବିଶେଷସୂତ୍ରରୁ ଖବର ପାଇ ପୋଲିସ୍‌ ଚଢ଼ାଉ କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୁନ ସ୍ଥାନୀୟ ଏନଏସି ୧ ୨ ନଂ ୱାର୍ଡରେ ଚାଲିଥିଲା ଏହି ନକଲି ସୋରିଷ ତେଲ କାରଖାନାକୁ ସିଲ କରିଛି ଉଦଳା ପୋଲିସ୍ । ବିଶେଷସୂତ୍ରରୁ ଖବର ପାଇବା ପରେ ମୟୁରଭଞ୍ଜ ଆରକ୍ଷୀ ଅଧୁକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଉଦଳା ପୋଲିସ୍‌ ଚଢାଉ କରିଛି ଏହି ନକଲି ସୋରିଷ ତେଲ କାରଖାନା ଉପରେ । ଏହି କାରଖାନାର ମାଲିକ ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖୁଛି ପୋଲିସ୍ । ବାଲେଶ୍ବର ଜିଲ୍ଲା ସେରଗଡରୁ ରଇସ୍ ଅଏଲ ଆଣି ତାହାକୁ ନିଜେ ବ୍ରାଣ୍ଡ ଦେଇ ତେଲରେ ପ୍ୟାକିଂ କରି ବିକ୍ରୀ କରିବାକୁ ତାଙ୍କୁ ଅନୁମତି ମିଳିବା କାରଖାନା ମାଲିକ କହୁଛନ୍ତି । ହେଲେ କାରଖାନା ମାଲିକ ଗୌରାଙ୍ଗ ରାଇସ୍ ଅଏଲକୁ
ଆଣି ତାହାକୁ ଅପମିଶ୍ରଣ କରି ସୋରିଷ ତେଲ ତିଆରି କରୁଥିଲେ ବଂଶୀ ଲଲି ନାମରେ ସୋରିଷ ତେଲ ବ୍ରାଣ୍ଡ କରି ବଜାରକୁ ଛାଡିଥିଲେ ।ଏହି ସୋରିଷ ତେଲକୁ ରଙ୍ଗ କରିବା ନିମନ୍ତେ ଏକ ବିଶେଷ ସାମଗ୍ରୀର ବ୍ୟବହାର କରାଯାଉଥିଲା। ଯାହାକି ତେଲର ରଙ୍ଗକୁ ଅଧୁକ ଲାଲ କରୁଥିଲା । ଏହି ଚଢାଉ ସମୟରେ ପୋଲିସ୍ ପାଖାପାଖି ୫ ହଜାର ଲିଟର ତେଲ ଜବତ କରିବା ସହିତ ଫାଙ୍କି ହୋଇ ବିକ୍ରୀ ନିମରେ ଥିବା ତେଲକୁ ଜବତ କରିଛି । ସବୁଠାରୁ ବଡ କଥା ହେଲା, ଏହି ନକଲି ତେଲକୁ ବିକ୍ରୀ ନିମନ୍ତେ କାରଖାନା ମାଲିକ ଜଣକ ଉଦଳା ବଜାରକୁ
ଛାଡିବା ପରିବର୍ତ୍ତେ ଉପାନ୍ତ ଅଂଚଳକୁ ପଠାଇଥିବା କହିଛନ୍ତି । ବିଶେଷକରି ଶରତ ଏବଂ ବାଲେଶ୍ବର ଜିଲ୍ଲା ସଜନାଗଡ ଅଂଚଳକୁ ଏହି ତେଲ ବିକ୍ରୀ ନିମନ୍ତେ ପଠାଯାଇଥିବା ଜଣାଯାଇଛି । ଏହି ଚଢାଉ ସମୟରେ ତେଲ ସମେତ ଖାଲି ବୋତଲ, ଠିପି, ତେଲରେ ମିଶୁଥିବ। ସାମଗ୍ରୀକୁ ପୋଲିସ୍ ଜବତ କରିଛି । ତେବେ ଥାନା ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଆଜକୁ ଚାରିମାସ ହେବ ଏହି ନକଲି କାରଖାନା ଚାଲିଥିଲେସୁଦ୍ଧା ସ୍ଥାନୀୟ ପୋଲିସ୍ କିମ୍ବା ଖାଉଟି ବିଭାଗ ଏହାର ଖବର ପାଇ ପାରି ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ତେଲ କାରଖାନା ସିଲ କରିବା ସହ ଅଧିକ ତଦନ୍ତ ଜରିରଖିଛି।

। ବାଇଟ୍ ୧ - ଗୌରଙ୍ଗ ଚନ୍ଦ୍ର ପାଣିଗ୍ରାହୀ (ନକଲି ତେଲ କାରଖାନା ମାଲିକ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.