ETV Bharat / state

ଚିକିତ୍ସା ଅବହେଳାରୁ ଦିବ୍ୟାଙ୍ଗଙ୍କ ମୃତ୍ୟୁ

ଚିକିତ୍ସା ଅବହେଳାରୁ ମୟୂରଭଞ୍ଜ ଜିଲ୍ଲାରେ ୧୫ବର୍ଷୀୟ ଦିବ୍ୟାଙ୍ଗ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ମେଡିକାଲ ସମ୍ମୁଖରେ ଧାରଣା ଦେଇଥିଲେ ପରିବାର ଲୋକେ ।

author img

By

Published : Jun 9, 2019, 2:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଚିକିତ୍ସା ଅବହେଳାରୁ ଦିବ୍ୟାଙ୍ଗଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲାର ୧୫ବର୍ଷୀୟ ଦିବ୍ୟାଙ୍ଗ ଝିଅର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଡାକ୍ତରଖାନା ଆଗରେ ଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ଚାଲୁଣିଆ ଗାଁର ବୀରେନ୍ଦ୍ର ପାତ୍ରଙ୍କ ଝିଅ ରଞ୍ଜିତା ପାତ୍ର । ରଞ୍ଜିତା ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ କିଛି ଦିନ ଧରି ଅସୁସ୍ଥତା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଗତ ଶନିବାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସିତ କରାଯାଉଥିଲା । କିନ୍ତୁ ମଧ୍ୟରାତ୍ରିରେ ରଞ୍ଜିତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଥିବା ବେଳେ ଡାକ୍ତର ଓ ଡ୍ୟୁଟିରେ ଥିବା ନର୍ସମାନେ ଚିକିତ୍ସାରେ କ୍ରମାଗତ ଅବହେଳା ପ୍ରଦର୍ଶନ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏଥସହ ଡ୍ୟୁଟିରେ ଥିବା ନର୍ସ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବାହର ମଧ୍ୟ କରିଥିବାର ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ସେପଟେ, ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମେଡିକାଲ ସମ୍ମୁଖରେ ଧାରଣା ଦେଇଥିଲେ ପରିବାର ଲୋକେ ।

ଘଟଣାସ୍ଥଳରେ ପୋଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-HOSPITAL ISSUE
AVO-MRUTYUNJAY SENAPATI,MAYURBHANJ
DATE-09.06.2019
ANCHOR-ଚିକିତ୍ସା ଅବହେଳା ରୁ ରୋଗୀ ର ମୃତ୍ୟୁ ଅଭିଯୋଗ। ଡାକ୍ତର ଙ୍କ ଚିକିତ୍ସା ଅବହେଳା ରୁ ଜଣେ ୧୫ବର୍ଷୀୟ ଦିବ୍ୟାଙ୍ଗ ଝିଅ ର ମୃତ୍ୟୁ ଘଟିଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ସୂଚନା ଅନୁସାରେ ମୟୁରଭଂଜ ଜିଲ୍ଲାର ଚାନ୍ଦୁଆ ଅଂଚଳ ର ଚାଲୁଣିଆ ଗାଁ ର ବିରେନ୍ଦ୍ର ପାତ୍ର ଙ୍କ  ୧୫ବର୍ଷ ର ଦିବ୍ୟାଙ୍ଗ ଝିଅ ରଂଜିତା ପାତ୍ର ଙ୍କ ଅସୁସ୍ଥତା  ହେତୁ ଶନିବାର ଦିନ ସନ୍ଧ୍ୟା ପ୍ରାୟ ୫.୩୦ସମୟ ରେ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତି କରିଥିଲେ।କିନ୍ତୁ ରାତି ୧୨ଟା ପରେ ରଂଜିତା ର ଅବସ୍ଥା ଗୁରୁତର ହେଇ ପଡିଥିଲା ,ଏବଂ ରାତି ପ୍ରାୟ ୧ଟା ଏ ବେଳେ ରଂଜିତା ର ମୃତ୍ୟୁ ହେଇଯାଇଥିଲା।ଡାକ୍ତର ଓ ଡ୍ୟୁଟି ରେ ଥିବା ନର୍ସ ମାନେ ରଂଜିତା ର ଚିକିତ୍ସା ରେ କ୍ରମାଗତ ଅବହେଳା ପ୍ରଦର୍ଶନ  କରିବା ଫଳରେ ରଂଜିତା ର ମୃତ୍ୟୁ ଘଟିଥିଲା ବୋଲି  ମୃତକ ରଂଜିତା  ର  ପରିବାର ଲୋକ   ମାନେ ଅଭିଯୋଗ କରିଛନ୍ତି,ଏହା ସହିତ  ଡ୍ୟୁଟି ରେ ଥିବା ନର୍ସ ରୋଗୀ ର ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିବା ର ଅଭିଯୋଗ ପରିବାର ଲୋକ ଆଣିଛନ୍ତି। ଡ୍ୟୁଟି ରେ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତର ଅ ନର୍ସ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ରେ  ପରିବାର ଲୋକ ମୃତ ଦେହ କୁ ହସ୍ପିଟାଲ ସାମ୍ନା ରେ ରଖି ଧାରଣା ରେ ବସିଥିଲେ। ପରେ ପୋଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ପରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣ ପ୍ରତ୍ୟାହୃତ ହୋଇଅଛି।
Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.