ETV Bharat / state

ବାରିପଦାରେ ସିରିଜ ଦୁର୍ଘଟଣା: ମଦ୍ୟପ ଡ୍ରାଇଭରକୁ ଲୋକଙ୍କ ନିସ୍ତୁକ ମାଡ - ବାରିପଦାରେ ସିରିଜ ଦୁର୍ଘଟଣା

ବିଳମ୍ବିତ ରାତିରେ ବାରିପଦାରେ ସିରିଜ ଦୁର୍ଘଟଣା । କାର ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ସହ ଉତ୍ତ୍ୟକ୍ତ ଲୋକଙ୍କ କାର ଭଙ୍ଗାରୁଜା। ଅଧିକ ପଢନ୍ତୁ...

drunker driver beaten by people
ବାରିପଦାରେ ସିରିଜ ଦୁର୍ଘଟଣା: ମଦ୍ୟପ ଡ୍ରାଇଭରକୁ ଲୋକଙ୍କ ନିସ୍ତୁକ ମାଡ
author img

By

Published : Feb 16, 2020, 10:51 AM IST

Updated : Feb 16, 2020, 11:59 AM IST

ବାରିପଦା: ସିରିଜ ଦୁର୍ଘଟଣା। ମଦ୍ୟପ କାର ଡ୍ରାଇଭରର ବେପରୁଆ ଗାଡି ଚାଳନାରେ ତିନି ତିନିଟା ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କାରଟି ପ୍ରଥମେ ଏକ ସ୍କୁଟିକୁ ଧକ୍କା ମାରି, ସୁଜୁକି ସୋରୁମ ନିକଟରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏହା ପରେ ଦ୍ରୁତ ଗତିରେ ବାଇପାସ ରାସ୍ତାରେ ଯାଉଥିବା ସମୟରେ ଏକ ବାଇକରେ ବାଡେଇ ହୋଇଥିଲା ଗାଡି।

ବାରିପଦାରେ ସିରିଜ ଦୁର୍ଘଟଣା: ମଦ୍ୟପ ଡ୍ରାଇଭରକୁ ଲୋକଙ୍କ ନିସ୍ତୁକ ମାଡ

ସାଇକେଲ ଆରୋହୀକୁ ଧକ୍କା ଦେବା ପରେ କାରଟି ସେଠାରେ ଅଟକି ଯାଇଥିଲା। କାର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନାରେ ଲୋକେ ଆତଙ୍କିତ ଅବସ୍ଥାରେ ଦୌଡା ଦୌଡ଼ି ଆରମ୍ଭ କରିଦେଇଥିଲେ । ପରେ କାରଟି ଅଟକି ରହିବା ପରେ ଉତ୍ତ୍ୟକ୍ତ ଲୋକେ ମଦ୍ୟପ ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଛନ୍ତି । ଘଟଣା ସ୍ଥଳରେ ବାରିପଦା ପୋଲିସ ପହଞ୍ଚି କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସେପଟେ, ସମସ୍ତ ଆହତଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 16, 2020, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.