ETV Bharat / state

ହିଙ୍ଗୁଳା ମେଳାରେ ନିଶାସକ୍ତ କନେଷ୍ଟବଳଙ୍କ ହିରୋଗିରି, ଭିଡ଼ିଓ ଭାଇରାଲ - vedio viral

ହିଙ୍ଗୁଳା ମେଳାରେ ନିଶାସକ୍ତ ପୋଲିସ କନେଷ୍ଟବଳର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ । ଆଗକୁ ପଢନ୍ତୁ...

drunken-police-officer
drunken-police-officer
author img

By

Published : Feb 14, 2020, 4:24 PM IST

ବାରିପଦା: ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟରତ ପୋଲିସର ଉନ୍ମତ କାଣ୍ଡ । ଏଭଳି ଘଟଣା ଦେଖିବାକୁ ମିଲିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ମେଳାରେ । ବଡ଼ସାହି ଥାନା ସୁହାଗପୁରା ଠାରେ ଗତ ମଙ୍ଗଳବାର ମା ହିଙ୍ଗୁଳାଙ୍କ ବଡ଼ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ମେଳାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ଲାଟୁନ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ଭାଇରାଲ ହେଲା ନିଶାସକ୍ତ ପୋଲିସ କନେଷ୍ଟବଳଙ୍କ ଭିଡ଼ିଓ

ତେବେ ଖୋଦ ପୋଲିସ ଏଠାରେ ବିଶୃଙ୍ଖଳିତ ହେବା ସହ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ କନେଷ୍ଟବଳ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଭକ୍ତମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିଜ ସାର୍ଟ ଖୋଲି ହିରୋଗିରି କରୁଥିବା ଦେଖିବାକୁ ମିଳିଛି। ମେଳା ସରିବାର ତିନି ଦିନ ପରେ ଏ ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ମଦ୍ୟପ ପୋଲିସ ଜଣଙ୍କୁ ବୁଝାସୁଝା କରିବାସହ ଗାଳିଗୁଲଜ ନକରିବାକୁ କହିଥିଲେ । କିନ୍ତୁ କାହା କଥା ଶୁଣି ନାହାନ୍ତି ପୋଲିସ କନେଷ୍ଟବଳ । ତେବେ ପୋଲିସ କନେଷ୍ଟବଳ ଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.