ETV Bharat / state

କୋଭିଡ ହସ୍ପିଟାଲରେ ରୋଗୀଙ୍କ ସହ ରଜ ପାଳିଲେ ଡାକ୍ତର ନର୍ସ - ରୋଗୀଙ୍କ ସହ ରଜ

ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରୋଗୀଙ୍କ ସହ ରଜ ପର୍ବ ପାଳନ କଲେ ଡାକ୍ତର ଓ ନର୍ସ । ଅଧିକ ପଢନ୍ତୁ...

Doctors and health workers, doctors celebrate Raja festival, raja with covid patients, Bankisola covid hospital of mayurbhanj, ବାଙ୍କୀଷୋଳ କୋଭିଡ ହସ୍ପିଟାଲ, ରୋଗୀଙ୍କ ସହ ରଜ, ରୋଗୀଙ୍କ ସହ ରଜ ପାଳିଲେ ଡାକ୍ତର ନର୍ସ
କୋଭିଡ ହସ୍ପିଟାଲରେ ରୋଗୀଙ୍କ ସହ ରଜ ପାଳିଲେ ଡାକ୍ତର ନର୍ସ
author img

By

Published : Jun 15, 2021, 7:58 PM IST

ବାରିପଦା: କୋରୋନା ମହାମାରୀ ସମୟରେ ଆସିଛି ରଜ ପର୍ବ । ସମସ୍ତେ ଘରେ ରହି ରଜ ପାଳୁଥିବାବେଳେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନାହାଁନ୍ତି କୋରାେନା ଯୋଦ୍ଧା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । ତେବେ କୋଭିଡରେ ଆକ୍ରାନ୍ତ ରୋଗୀ ମଧ୍ୟ ଏଥର ବଞ୍ଚିତ ହୋଇଛନ୍ତି ରଜ ମଉଜରୁ । ଏହିସବୁ ପରିସ୍ଥିତି ଭିତରେ କୋଭିଡ୍‌ ରୋଗୀଙ୍କ ମନରେ ଟିକେ ଖୁସି ଆଣି ଦେବାକୁ ତାଙ୍କ ସହ ରଜ ପାଳିଲେ ହସ୍ପିଟାଲ କର୍ମଚାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ବାଙ୍କୀଷୋଳ କୋଭିଡ୍‌ ହସ୍ପିଟାଲରେ ।

କୋଭିଡ ହସ୍ପିଟାଲରେ ରୋଗୀଙ୍କ ସହ ରଜ ପାଳିଲେ ଡାକ୍ତର ନର୍ସ

ବିଭିନ୍ନ ସମୟରେ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥାଏ । କିନ୍ତୁ ଏବେ ଜିଲ୍ଲା ପ୍ରଶାସନ କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଉ ବର୍ତ୍ତମାନ ରଜ ପର୍ବରେ କୋଭିଡ ରୋଗୀଙ୍କୁ ପିଠା ଖୁଆଇ କେକ୍‌ କାଟି ନୃତ୍ୟର ତାଳେ ତାଳେ ଏକା ସଙ୍ଗେ ରଜ ମଉଜରେ ମସଗୁଲ ହେଲେ କୋଭିଡ୍‌ ରୋଗୀ, ଡାକ୍ତର ଓ ନର୍ସ।

କେବଳ ସେତିକି ନୁହେଁ ମହିଳା ରୋଗୀଙ୍କୁ ଅଳତା ଲଗାଇ ରଜ ପାଇଁ ସଜ କରାଇଛନ୍ତି କର୍ମଚାରୀ। ରଜ ମଜା ଉଠାଇବାକୁ ରୋଗୀ ମାନେ ମଧ୍ୟ ନାଚ ଗୀତରେ ନିଜକୁ ସାମିଲ କରିଛନ୍ତି। ଅନ୍ୟପଟେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆସିଥିବା ଡାକ୍ତର ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଘର ଠାରୁ ଦୂରରେ ରହି ରଜ ପରମ୍ପରାକୁ ବଜାୟ ରଖିଛନ୍ତି। କର୍ମଚାରୀଙ୍କ ଏଭଳି ଆଚରଣକୁ ସାଧାରଣରେ ପ୍ରଶଂସା କରାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.