ETV Bharat / state

ଆସୁ ନାହାଁନ୍ତି ଡାକ୍ତର, ତାତିଲେ ଲୋକେ

ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ବାରମ୍ବାର ଅନୁପସ୍ଥିତ ରହୁଛନ୍ତି । ଏନେଇ ରୋଗୀଙ୍କ ସଂପର୍କୀୟ ସମେତ ସ୍ଥାନୀୟ ଲୋକେ କ୍ରୋଧିତ ହୋଇଛନ୍ତି । ଗତକାଲି ରାତିରେ ଉତ୍ତ୍ୟକ୍ତ ଲେକେ ଡାକ୍ତରଖାନାର ଆଉଟଡୋର ଏବଂ ଇନଡୋରକୁ ବନ୍ଦ କରିଦେଇଥିଲେ ।

author img

By

Published : Jun 27, 2019, 3:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ମୟୂରଭଞ୍ଜ: ଜିଲ୍ଲାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଘୋର ସମସ୍ୟା ଦେଇ ଗତି କରୁଛି । ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଗୋଟିଏ ପଦରେ କହିବାକୁ ଗଲେ ସ୍ବାସ୍ଥ୍ୟସେବ ଖଣ୍ଡାଧାରରେ ଚାଲୁଛି । ଜିଲ୍ଲାର ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଏହାର ଚିତ୍ର ଆହୁରି ଉଦବେଗ୍‌ଜନିତ । ଡାକ୍ତରଙ୍କ ଅନୁପସ୍ଥିତିରେ ତାତିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଯାହାକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

ସୂଚନା ଅନୁସାରେ ଡାକ୍ତରଖାନାରେ ଡାକ୍ତର ବାରମ୍ବାର ଅନୁପସ୍ଥିତ ରହୁଛନ୍ତି । ଏନେଇ ରୋଗୀଙ୍କ ସଂପର୍କୀୟ ସମେତ ସ୍ଥାନୀୟ ଲୋକେ କ୍ରୋଧିତ ହୋଇଛନ୍ତି । ଗତକାଲି ରାତିରେ ଉତ୍ତ୍ୟକ୍ତ ଲେକେ ଡାକ୍ତରଖାନାର ଆଉଟଡୋର ଏବଂ ଇନଡୋରକୁ ବନ୍ଦ କରିଦେଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ଦେଖିବା ନିମନ୍ତେ ଡାକ୍ତର ଯାଉନଥବାବେଳେ ଏ ବାବଦରେ ପଚାରି ବୁଝିବାକୁ ସମ୍ପର୍କୀୟ ଆଉଟଡୋରକୁ ଆସିଥିବାବେଳେ ସେଠାରେ ମଧ୍ୟ ଡାକ୍ତର ନଥିବା ଦେଖିବା ପରେ ଅସନ୍ତୋଷ ତୀବ୍ରରୂପ ନେଇଥିଲା । ତେବେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆଉଟଡୋର ଏବଂ ଇନଡୋର ବନ୍ଦ ରହିଥିବା ବେଳେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖୁବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ଏହାପରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଡାକ୍ତରଖାନା ପରିସରରେ ହୋ ହାଲ୍ଲା କରିଥିଲେ । ଫଳରେ ଡାକ୍ତରଖାନା ପରିସରରେ ଗଣ୍ଡଗୋଳ ଆଶଙ୍କା କରି ପୋଲିସ୍ ମୁତୟନ କରାଯାଇଛି |

ଘଟଣାସ୍ଥଳରେ ଉପଖଣ୍ଡ ଚିକିତ୍ସାଧିକାରୀ ପହଞ୍ଚି ଥିବାବେଳେ ତାଙ୍କୁ ଉତ୍ୟକ୍ତ ଲୋକେ କିଛି ସମୟ ଅଟକ ରଖିଥ୍‌ଲେ | ଏବେ ସୁଦ୍ଧା କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ । ତେବେ ଏହି ଘଟଣା ବାବଦରେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଡାକ୍ତରଖାନାରେ ରୋଗୀଙ୍କୁ ଦେଖୁବା ନିମନ୍ତେ ତାକ୍ତର ଆସୁ ନ ଥୁବା ଏବଂ ଅଧୁକାଂଶ ସମୟରେ
ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତି ରହୁଥୁବାକୁ ନେଇ ତାତିଛିନ୍ତି ରୋଗୀଙ୍କ ସଂପର୍କୀୟ ସମେତ ସ୍ଥାନୀୟ ଲୋକେ । ଯାହାକୁ ନେଇ ଡାକ୍ତରଖାନାରେ ଉତେଜନା ଦେଖାଦେଇଛି । ଏଭଳି ଘଟଣା ଘଟିଛି ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ।ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଉତେଜନା ଦେଖାଦେଇଛି । ଡାକ୍ତରଖାନାର ବିଭିନ୍ନ ବିଭାଗରେ ଚିକିତ୍ସାଧୀନ ଥୁବା ରୋଗୀଙ୍କ୍‌ ଦେଖୁବା ନିମନ୍ତେ ଡାକ୍ତର ନ ଆଵିବାକୁ ନେଇ ତାତିଛିନ୍ତି ରୋଗୀଙ୍କ ସଂପର୍କୀୟ ଏବଂ ସ୍ଫାନୀୟ ଲୋକେ । ଯାହାକୁ ନେଇ ଡାକ୍ତରଖାନାରେ ଉତେଜନା ଦେଖୁବାକୁ ମିଳିଛି । ଗତକାଲି ରାତିରେ ଉତ୍ୟକ୍ତ ଲେକେ ଡାକ୍ତରଖାନାର ଆଉଟଡୋର ଏବଂ ଇନଡର କୁ ବନ୍ଦ କରିଦେଇଥ୍‌ଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଥୁବା ରୋଗୀଙ୍କୁ ଦେଖ୍‌ବା ନିମନ୍ତେ ଡାକ୍ତର
ଯାଉ ନ ଥବା ବେଳେ ଏ ବାବଦରେ ପଚାରି ବୂଝିବାକୂ ସଂପର୍କୀୟ ଆଉଟ ଡୋରକୂ ଆସିଥୁବା ବେଳେ ସେଠାରେ ମଧ୍ୟ ଡାକ୍ତର ନ ଥୁବା ଦେଖ୍ଵବା ପରେ ଅସ୍ପନ୍ତୋଷ ତୀବ୍ରରୂପ ନେଇଥୁଲା । ତେବେ ୩ ଘଂଗରୁ ଉର୍ଦ୍‌ ସମୟ ଧରି ଆଉଟ ତୋର ଏବଂ ଇନତୋର ବନ୍ଦ ରହିଥୁବା ବେଳେ ରୋଗୀମାନେ ନାହିଁ ନ ଥିବା ଅସୂବିଧାର ସମ୍ମୁଖୀନ ହୋଇଥୁବା ଦେଖୁବାକୁ ମିଳିଛି
ଡାକ୍ତରଖାନା ପରିସରରେ ଚାପା ଉତେ ଜନା ଲାଗି ରହିଥୁବା ବେଳେ ଏହା ତେଜିବାରେ ଲାଗିଛି । ଗଣ୍ଡଗୋଳକୁ ଆଶଙ୍କା କରି ହସପିଟାଲ ପରିସରରେ ପୋଲିସ୍‌ ମୁତୟନ କରାଯାଇଛି | Body:ତେବେ ଘଟଣାସ୍ଥଳରେ ଉପଖଣ୍ଡ ଚିକିତ୍ସାଅଧିକାରୀ ପହଞ୍ଚି ଥିବା ବେଳେ ତାଙ୍କୁ ଉତ୍ୟକ୍ତ ଲୋକେ କଁଛି ସମୟ ଅଟକ କରି ରଖୁଥ୍‌ଲେ | ହେଲେ ଏବେ ସୁଦ୍ଧା କୌଣସି ସମାଧାନର ସୃତ୍ର ବାହାରି ପାରି ନଥିବା ବେଳେ ଏହି ଘଟଣା ବାବଦରେ ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |
ବାଇଟ୍‌ ୧ - ମୋହନ ମୁର୍ମୁ( ରୋଗୀଙ୍କ ସଂପର୍କୀୟ)
ବାଇଟ୍‌ ୨ ¬ ଶେଖ୍‌ ମାହଫୁଜ୍‌ (ସାନୀୟ ଲୋକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.