ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ । ଆଜି(ମଙ୍ଗଳବାର) ରାତିରେ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡେଇ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ବାରିପଦା ସହରର ଧ୍ରୁଜତି ଦାସଙ୍କ ଠାରୁ ସରକାରୀ ଯୋଜନାରେ ଦୁଇଟି ମତ୍ସ୍ୟ ପ୍ରକଳ୍ପ ମଞ୍ଜୁରୀ ପାଇଁ ୧ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ସୂଚନାଯୋଗ୍ୟ, ସମ୍ପୃକ୍ତ ମତ୍ସ୍ୟ ବିଭାଗର ଅଧିକାରୀ ରାତି ୯ ଟା ସମୟରେ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ନେଉଥିଲେ । ତେବେ ବାଲେଶ୍ଵର ଭିଜିଲାନ୍ସ ଟିମ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଅଧିକାରୀଙ୍କୁ ଗିରଫ କରିଛନ୍ତି। ବାଲେଶ୍ବର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ବାରିପଦା ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ