ETV Bharat / state

ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ: ରଫାଦଫା ପାଇଁ ହୋଇଥିଲା ୯୦ ହଜାରର ଡିଲ୍ - ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜ୍ୟା। ବାବାଙ୍କ ନାଁରେ ଭିନ୍ନକ୍ଷମ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଘଟଣାକୁ ରଫା ଦଫା କରିବା ପାଇଁ ପ୍ରଜା କୋର୍ଟରେ ହୋଇଥିଲା ୯୦ ହଜାରରେ ଡିଲ । ଅଧିକ ପଢନ୍ତୁ

disability minor girl raped in mayurbhanj
ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ରଫା ଦଫା ପାଇଁ ୯୦ ହଜାରରେ ଡିଲ୍
author img

By

Published : Jan 25, 2022, 8:29 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜ୍ୟା। ବାବାଙ୍କ ନାଁରେ ଭିନ୍ନକ୍ଷମ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଘଟଣାକୁ ରଫାଦଫା କରିବା ପାଇଁ ପ୍ରଜା କୋର୍ଟରେ ହୋଇଥିଲା ୯୦ ହଜାରରେ ଡିଲ ।

ଏହିଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ଭାଇ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ୨୩ ତାରିଖ ଦିନ ଜଣେ ଭିନ୍ନକ୍ଷମ ଆଦିବାସୀ ନାବାଳିକାକୁ ଜଣେ ଭଣ୍ଡବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜାଠାରାମ ମୁର୍ମୁ ନାମକ ଜଣେ ବାବା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ।

ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ରଫା ଦଫା ପାଇଁ ୯୦ ହଜାରରେ ଡିଲ୍

ତେବେ ଆଦିବାସୀ ନାବାଳିକା ଜଣକ ଘରେ ଏକୁଟିଆ ଥିବାବେଳେ ବାବା ଏହି କାଣ୍ଡ ଭିଆଇଛନ୍ତି । ପରିବାର ଲୋକେ ଗାଁରେ ହେଉଥିବା ଏକ ସାମାଜିକ କର୍ମକୁ ଯୋଗ ଦେବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ବାବା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଘଟଣା ବାବଦରେ ପରିବାର ବର୍ଗ ଗାଁ କମିଟିରେ ଜଣାଇବା ପରେ ଗାଁର ମୁରବିଙ୍କ ସମେତ ୨୫ ରୁ ୩୦ ଗ୍ରାମବାସୀ ଏକ ଗ୍ରାମସଭା କରିଥିଲେ । ହେଲେ ପୀଡିତାଙ୍କ ପରିବାର ଲୋକଙ୍କ ସୂଚନା ଆଧାରରେ ଗ୍ରାମସଭାରେ ଘଟଣାକୁ ରଫା ଦଫା କରିବା ପାଇଁ ସ୍ଥିର କରାଯାଇଥିଲା ।

ଏଥିପାଇଁ ଭଣ୍ଡ ବାବାଙ୍କୁ ୯୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା । ମାତ୍ର ବାବା ଜଣକ ପ୍ରଜା କୋର୍ଟରେ ୫ ହଜାର ଟଙ୍କା ଦେଇ ଖସି ଯାଇଥିଲେ । ଦୁଷ୍କର୍ମ ପୀଡିତା ପରିବାରକୁ ଘଟଣାର ରଫା ଦଫା କରିବା ପାଇଁ ଏଥିରେ କୁହାଯାଇଥିଲା ।

ଅନ୍ୟପଟେ ଆଜି ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଘଟଣା ବାରିପଦାର କିଛି ଲୋକେ ଜାଣିପାରି ମୟୂରଭଞ୍ଜ ପୋଲିସ ଆରକ୍ଷୀ ଅଧିକାରୀଙ୍କୁ ଖବର ଦେଇଥିଲେ । ଏହାପରେ ବାରିପଦା ଟାଉନ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିବା ସହ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.