ETV Bharat / state

ଗଛରେ ମୋଦିଜୀଙ୍କ ପ୍ରତିଛବି, ସମରେନ୍ଦ୍ରଙ୍କୁ ସାଧୁବାଦ ଜଣାଇଲେ ଧମେନ୍ଦ୍ର - for making a art of PM Modi

ଏକ ଅଭିନବ ଉପାୟରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ବେଆଇନ ଗଛକଟା ବିରୋଧରେ ସଚେତନତାର ବାର୍ତ୍ତା ଦେବା ପାଇଁ ସମରେନ୍ଦ୍ରଙ୍କୁ ଟୁଇଟ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁବାଦ ଜଣାଇଛନ୍ତି।

ଗଛରେ ମୋଦିଜୀଙ୍କ ପ୍ରତିଛବି ଆଙ୍କିଲେ ସମରେନ୍ଦ୍ର

author img

By

Published : Dec 14, 2020, 3:35 PM IST

Updated : Dec 14, 2020, 7:23 PM IST

ବାରିପଦା: ଗଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି । ଆଉ ଏହି ପ୍ରତିଛବିକୁ ଦେଖି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଛରେ ସେହି ପ୍ରତିଛବି ଆଙ୍କିଥିବା ଯୁବ ଚିତ୍ରକର ହେଲେ ସମରେନ୍ଦ୍ର ବେହେରା । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଦହିକୋଟି ପଞ୍ଚାୟତ ଆଗଡା ଗ୍ରାମରେ ।

ଗଛରେ ମୋଦିଜୀଙ୍କ ପ୍ରତିଛବି, ସମରେନ୍ଦ୍ରଙ୍କୁ ସାଧୁବାଦ ଜଣାଇଲେ ଧମେନ୍ଦ୍ର

ପରିବେଶ ସୁରକ୍ଷା ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଗଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଏକ ଅଭିନବ ଉପାୟରେ ସଚେତନତାର ବାର୍ତ୍ତା ଦେଇଛନ୍ତି ସମରେନ୍ଦ୍ର । ଯାହାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ ମଧ୍ୟ କରାଯାଇଛି ।

ଏହାବାଦ୍ ଏହି ପ୍ରତିଛବି ସୋସିଆଲ ମିଡିଆରେ ଭାଇରାଲ ହେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ଫେସବୁକ ପେଜରେ ସମରେନ୍ଦ୍ରଙ୍କୁ ସାଧୁବାଦ ଜଣାଇଛନ୍ତି।

ଅଭିନବ ଉପାୟରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ବେଆଇନ ଗଛକଟା ବିରୋଧରେ ସଚେତନତାର ବାର୍ତ୍ତା ଦେବା ପାଇଁ ସମରେନ୍ଦ୍ରଙ୍କୁ ଟୁଇଟ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁବାଦ ଜଣାଇଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, “ଜନଜାତି ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା ଅଭିନବ ଉପାୟରେ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେବା ଖୁସିର ବିଷୟ। ଏଥିପାଇଁ ସମରେନ୍ଦ୍ରଙ୍କୁ ସାଧୁବାଦ”।

ସେହିପରି "ଜଣେ ଜନନାୟକ ବୃହତ ଦୃଷ୍ଟିକୋଣ ନାଗରିକମାନଙ୍କୁ ପ୍ରଭାବିତ କଲେ ଏପରି ଦେଖିବାକୁ ମିଳିଥାଏ। ପରିବେଶ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କୁ ବିଶ୍ବରେ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ପରିଚିତ କରାଇଛି। ତୃଣମୂଳ ସ୍ତରରେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଅଭିନବ ଉପାୟରେ ସଚେତନତା ତିଆରି କରଯିବା ଆନନ୍ଦର ବିଷୟ ।"

ପୂର୍ବରୁ ମଧ୍ୟ ବ୍ୟାପକ ପରିବେଶ ସଚେତନତା ନେଇ ସମରେନ୍ଦ୍ର ବିଭିନ୍ନ ଗଛରେ ଅନେକ ମହାପୁରୁଷଙ୍କ ପ୍ରତିଛବି ଆଙ୍କି ବେଶ ଚର୍ଚ୍ଚିତ ହେବା ସହ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସବୁଠାରୁ ବଡକଥା ହେଉଛି, ଏହି କଳାକୃତି ଆଙ୍କିବାରେ ଗଛକୁ କୌଣସି କ୍ଷତି ପହଞ୍ଚୁନାହିଁ। ସମରେନ୍ଦ୍ର ମୁଦ୍ରଣ କଳାରେ ସ୍ନାତକତ୍ତୋର କରିବା ପରେ ଏକ ଘରୋଇ କଲେଜରେ ଅଧ୍ୟାପନା କରୁଛନ୍ତି ।

ଏହାସହ କଳା, ସଂସ୍କୃତିର ମାଟି ଭଞ୍ଜଭୂମିରେ ଏହାର ପ୍ରଚାର ପ୍ରସାର ସହିତ ଅଧିକ ଲୋକାଭିମୁଖୀ କରିବାର ଇଚ୍ଛା ଥିବାବେଳେ ପ୍ରୋତ୍ସାହନର ଅଭାବ ଏଥିରେ ଅନ୍ତରାୟ ସୃଷ୍ଟି କରିଥିବା କୁହନ୍ତି ସମରେନ୍ଦ୍ର।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Dec 14, 2020, 7:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.