ବାରିପଦା:କୋରୋନା କଟକଣା ନିୟମ ମଧ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି କରିଛନ୍ତି ସେବାୟତ। ଦୀର୍ଘ ଦିନ ହେବ ସେବାୟତ ମାନେ ଦାବି କରୁଥିବା ବେଳେ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବୁଧବାର ସେବାୟତ ମାନେ ଘଣ୍ଟା, ମୃଦଙ୍ଗ, ଶଙ୍ଖ ଆଦି ବଜାଇ ପ୍ରତିବାଦ କରିଛନ୍ତି।
ସେବାୟତଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର କୋରୋନା କଟକଣା ମଧ୍ୟରେ ଅନେକ କ୍ଷେତ୍ରରେ କୋହଳ କରି ଖୋଲିଛନ୍ତି। ରାଜ୍ୟରେ ଜିମ, ସୁମିଙ୍ଗପୁଲ ସହ ସୂର୍ଯ୍ୟ ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ତେବେ ସେବାୟତ ମାନେ ଆର୍ଥିକ ଅଭାବ ଭିତରେ ଗତି କରୁଥିବା ବେଳେ, ରାଜ୍ୟ ସରକାର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି ସେବାୟତ ସଂଘ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ